ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ପାଇଁ ଭବାନିପାଟଣା ଅଭିମୁଖେ ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝୀ ସହିଦ ପୀଠ ଓ ମ.ରାମପୁର ରାଜ ବାଟି ସ୍ଥିତ ମା ଡୋକରିଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ହିରେନ୍ଦ୍ର ପ୍ରତାପ ସିଂହ ଦେଓ, ସମାଜସେବୀ ସତ୍ୟ ନାରାୟଣ ସାହୁ, ସାମ୍ବାଦିକ ଉଦ୍ଧବ ପଣ୍ଡା, ସଂଯୁକ୍ତା ପୁରୋହିତ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ମଶାଲ ଯାତ୍ରାକୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନେତୃତ୍ୱ କରୁଥିବା ବେଲେ କଳାରୁଦ୍ର ଯୁବକ ସଂଘ କୁଶୁର୍ଲା (ହଜାରୀପଡା) ଗ୍ରାମର ସମାଜ ସେବୀ ସୁରେନ୍ଦ୍ର ସାହୁ, ହେମନ୍ତ ସାହୁ, ହରପ୍ରସାଦ ସାହୁ, ଗୋପବନ୍ଧୁ ଯୁବକ ସଂଘ ଉର୍ଲାଦାନୀର ସମ୍ପାଦକ ଅନିଲ ପରାସେଠ, ଚନ୍ଦନ ଜେନା, କ୍ଷୀରୋଦ ମଣି ଧରୁଆ, ଲିଙ୍ଗରାଜ ରଣା, ଚିଣ୍ଟୁ ନାଏକ, ରାଜୀବ ନାଏକ, ସୁନୀଲ ପାତ୍ର ସାମିଲ ହୋଇ ସମସ୍ତଙ୍କୁ ଉତ୍ସାହ କରିଥିଲେ। ମଶାଲ ଶୋଭାଯାତ୍ରାକୁ ବିଭିନ୍ନ ପଞ୍ଚାୟତ ଠାରେ ସ୍ୱାଗତ କରିବା ସହ ନର୍ଲା ବ୍ଲକ ପ୍ରସାଶନ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି। ଏହି ମଶାଲ ଶୋଭାଯାତ୍ରାକୁ କଳାରୁଦ୍ର ଯୁବକ ସଂଘ ତଥା ଜାତୀୟ ଯୁବ ସ୍ବେଛାସେବୀ ସନତ କୁମାର ସାହୁ ପରିଚାଳନା କରୁଥିବା ଜଣାପଡିଛି।