ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ କୁମାର ତ୍ରପାଠୀଙ୍କ ତତ୍ବବଧନରେ ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ମେଲଘରା ଓ ରୁପେଲ ଗାଁରେ ଶୀତବସ୍ତ୍ର, ଶାଢ଼ୀ, ଛୋଟ ଛୁଆ ମାନଙ୍କ ପାଇଁ ସାର୍ଟ, ପ୍ୟାଣ୍ଟ ସବୁ ବଣ୍ଟନ କରାଯାଇଛି। ବର୍ତମାନ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି। ଅତ୍ୟନ୍ତ ଶୀତ ଯୋଗୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେରେ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ସେଠାରେ ବସବାସ କରୁଥିବା ଦୁଇଶହରୁ ଉର୍ଦ୍ଧ୍ଵ ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା। ଅଞ୍ଚଳର ମେଲଘରା ଓ ରୁପେଲ ଗାଁର ଲୋକେ  ଖୁସିରେ ଏହାକୁ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ପ୍ରୋଗ୍ରାମ ଅଫିସର ଗଙ୍ଗାଧର ନାଏକ, ଫିଲ୍ଡ ଆସିଷ୍ଟାଣ୍ଟ କ୍ଷୀରମଣୀ କୁମାର, ସମାଜସେବୀ ଯଶୋବନ୍ତ ରଣା, ଶମ୍ଭୁ ବିଶି, ସନତ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଅଞ୍ଚଳର ଜଣା ଶୁଣା ବ୍ୟକ୍ତି ଦାନ ମାଝୀ ବସ୍ତ୍ର ବଣ୍ଟନର ଶୁଭାରମ୍ଭ କରିବାସହ ପୂର୍ଣ୍ଣ ସହଯୋଗ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.