ନବ ନିର୍ମାଣ କୃଷକ ସଂଗଠନର ବିଶାଳ ଚାଷୀ ସମାବେଶ ସହ ଟ୍ରାକ୍ଟର ରାଲୀ

ଏଥର ସୋନପୁରରୁ ଚାଷୀ ପ୍ରାର୍ଥୀ ସୋନାଲି ବିଶି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବିଶାଳ ଟ୍ରାକ୍ଟର ରାଲି ଓ ଚାଷୀ ସମାବେଶ ହୋଇ ଯାଇଛି। ଆମର ଦରକାର ଚାଷୀ ସରକାର ନାରାରେ ସାରା ସହର ପ୍ରକମ୍ପିତ ହୋଇଥିଲା ବେଳେ ଧାନ କ୍ୱିଣ୍ଟାଲ ୩୪ ଶହ ଟଙ୍କାକୁ ବୃଦ୍ଧି, ଚାଷୀଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି, ଚାଷୀଙ୍କ ବିଦ୍ୟୁତ ବିଲ ଛାଡ଼, ସାର, ଔଷଧ, ବିହନ ଲାଗି ବର୍ଷକୁ ଏକର ପିଛା ୧୦ହଜାର ଟଙ୍କା ପ୍ରଦାନ, ଚାଷ ପାଇଁ ଲାଇନ ଓ ପାଣି ଫ୍ରି କରିବା, ବେକାରୀଙ୍କୁ ୫ ହଜାର ଟଙ୍କା ଭତ୍ତା ପ୍ରଦାନ ଦାବି ପ୍ରମୁଖ ରହିଥିଲା ବେଳେ ଚାଷୀ ସରକାର ଆସିଲେ ଉପରୋକ୍ତ ଦାବୀ ପୁରାଣ କରାଯିବା ନେଇ ସୂଚନା ଦେଇଥିଲେ। ସ୍ଥାନୀୟ ରୟାଲ ପଡିଆରୁ ଏହି ଟ୍ରାକ୍ଟର ରାଲି ବାହାରି ସହର ପରିକ୍ରମା କରିଥିଲା। ଅନୁଷ୍ଠିତ ମହା ସମାବେଶରେ ନବନିର୍ମାଣ ମହିଳା କୃଷକ ସଂଗଠନର ରାଜ୍ୟ ଉପ ସଭାପତି ସୋନାଲି ବିଶି ସଭାପତିତ୍ଵ କରିଥିଲା ବେଳେ ଏଥିରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢୀ, ପ୍ରଦୀପ ପ୍ରଧାନ, ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର, ରାଜ୍ୟ ସଂଯୋଜକ ମନୋହର ଅଲ୍ଲୀ, ସୁଧୀର ବଘାର, ଅଙ୍କିତ ଯାଦବ, ନରେନ୍ଦ୍ର ଆଚାର୍ଯ୍ୟ, ବୈକୁଣ୍ଠ ଶତପଥୀ, ସଚିନ୍ଦ୍ର ମହାକୁଡ, ମନୋଜ କର, ଶଶାଙ୍କ ସିଂଦେଓ, ମିତ୍ରବ୍ରତ ମିଶ୍ର, ଭୋଲା ବର୍ମା, ଭବାନୀଶଙ୍କର ମିଶ୍ର, ଅଜିତ ପଣ୍ଡା, ଆଶିଷ ମଲ୍ଲିକ, ନାରାୟଣ ପାଢୀ, ରମେଶ ଦାସ, ଦିଲ୍ଲୀପ ପ୍ରଧାନ, ନେତ୍ର ବେହେରା, ରାଜୀବ ଭୋଇ, ସୁଶୀଳ ପ୍ରଧାନ, ନେତ୍ରାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ସୋନପୁର ବିଧାନସଭାରୁ ସୋନାଲି ବିଶିଙ୍କୁ ପ୍ରାର୍ଥୀ ହେବା ନେଇ ସମାବେଶରେ ରାଷ୍ଟ୍ରୀୟ ସଂଜଯୋକ ଅକ୍ଷୟ କୁମାର ଘୋଷଣା କରିବା ସହ ତାଙ୍କୁ ଜିତାଇବା ଦାୟିତ୍ଵ ଚାଷୀ ମାନଙ୍କ ବୋଲି କହିଥିଲେ। ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.