ବିଜେଡିରେ ସାମିଲ ହେଲେ ଧର୍ମଗଡର କଂଗ୍ରେସ ନେତା ଡାକେ ଲହଜଲ ଓ ତାଙ୍କ ଟିମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଧର୍ମଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସର ପୂର୍ବତନ ସଭାପତି ଡାକେ ଲହଜଲ ହାତ ଛାଡି ଶଙ୍ଖ ଧରିଛନ୍ତି। ଶ୍ରୀ ଲହଜଲ ନିଜ ଟିମ ସହ ସୋମବାର ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ଶଙ୍ଖ ଭବନ ଠାରେ ବିଜେଡିର କଳାହାଣ୍ଡି ପ୍ରଭାରୀ ପ୍ରଣବ କୁମାର ବଳବନ୍ତରାୟ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଗଡ ବିଧାୟକ ମୌଷଧି ବାଗ, ଧର୍ମଗଡ ବ୍ଲକ ସଭାପତି ଟିକମନ ଯାଦବଙ୍କ ଉପସ୍ଥିତିରେ ଡାକେ ଲହଜଲ, ଯାଦବ ସମାଜ ଧର୍ମଗଡ଼ ଉପସଭାପତି ପ୍ରମୋଦ ହଂସ, ସତନାମୀ ସମାଜ ରାଜ୍ୟ କୁଳପତି କ୍ଷେତ୍ରମୋହନ ସତନାମୀ, ଜଗନ୍ନାଥ ସତନାମୀ, ଗୁଣ ଶବର, କୃପାସିନ୍ଧୁ ଚଣ୍ଡି, ଅଜୟ ପୁଝାରୀ, ପୂର୍ଣ୍ଣମୀ ନାଏକ, ଧର୍ମାନନ୍ଦ ଗୋପାଳ, ବୁକଚନ ବାଗ, ମମତା ରାନୀ ଗୋପାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡି ରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେବା ପୂର୍ବରୁ ସେମାନେ କଂଗ୍ରେସ ଦଳରେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ କିନ୍ତୁ ଦଳ ବାରମ୍ବାର ଅଣଦେଖା କରୁଥିବାରୁ କଂଗ୍ରେସ ଛାଡିବାକୁ ବାଧ୍ୟ ହେଲୁ ବୋଲି ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.