ବାନେରଠାରେ ବିଜେଡ଼ିର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପାଟଣା ବ୍ଲକର ବାନେର ପଞ୍ଚାୟତ ବାଲିଯୋର ଠାରେ ବିଜେଡ଼ିର ସଙ୍କଳ୍ପ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ବ୍ଳକ ବିଜେଡ଼ି ସଭାପତି ମିନକେତନ ପୁଝାରୀ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ଲାଞ୍ଜିଗଡ଼ର ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ, ବରିଷ୍ଠ ବିଜେଡ଼ି ନେତା ସତ୍ୟନାରାୟଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ତେଣୁ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏଥର ମଧ୍ୟ ଆସ୍ଥା ପ୍ରକଟ କରି ବିପୁଳ ସଂଖ୍ୟାରେ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କୁ ବିଜୟ କରିବା ସହିତ ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ଏହି ଅବସରରେ ଅଠର ଗୋଟି ପଞ୍ଚାୟତର ବିଜେଡି ସଭାପତି ଏବଂ କର୍ମୀମାନେ ଉପସ୍ଥିତ ରହି ଥିଲେ। ପରେପରେ ଭଇଁରିପାଲି ଗ୍ରାମ ପଞ୍ଚାୟତର ଭଇଁରି ପାଲି ବିମଳା ମୋହନଗୁଡା ଗ୍ରାମକୁ ଯାଇ ଭୋଟ ଭିକ୍ଷା କରିଥିଲେ। ଯିବା ବାଟରେ ବିଭିନ୍ନ ସ୍ଥାନରେ ବିପୁଳ ସଂଖ୍ୟାରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.