ବାଲିଗୁଡ଼ାରେ ପହଞ୍ଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପହଁଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ବାଲିଗୁଡା ଉପଜିଲ୍ଲାପାଳ ଡ଼. ରୀନା ପ୍ରଧାନନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇଟି ଷ୍ଟ୍ରଙ୍ଗ୍ ରୁମରେ ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ ରଖାଯାଇଛି। କଡ଼ା ସୁରକ୍ଷା ବଳୟରେ ବାଲିଗୁଡ଼ା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ଜି. ଉଦୟଗିରି ପାଇଁ ଆଦିବାସୀ ମହାବିଦ୍ୟାଳୟ ପରିସର ଷ୍ଟ୍ରଙ୍ଗ୍ ରୁମରେ ରଖାଯାଇଛି। ଆଗାମୀ ସାଧାରଣ ନିର୍ବାଚନରେ ଅବାଧ, ନିରପେକ୍ଷ, ନିର୍ଭୁଲ ଓ ନିର୍ଭିକ ଭାବରେ ଯେଭଳି ଭୋଟର ମତ ସାବ୍ୟସ୍ତ କରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ଜାରୀ ରହିଛି। ଏଥି ସହିତ ସମସ୍ତ ବୁଥରେ କିଭଳି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ତାହାକୁ ମଧ୍ୟ ଗୁରୁତ୍ବ ଦେଉଛି ପ୍ରଶାସନ। ସେପଟେ ଷ୍ଟ୍ରଙ୍ଗ୍ ରୁମରେ ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ ରଖିବା ସମୟରେ ଉପଜିଲ୍ଲାପାଳଙ୍କ ସମେତ ବାଲିଗୁଡ଼ା ତହସିଲଦାର, ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ଏବଂ ନିର୍ବାଚନ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀଙ୍କ ଉପସ୍ଥିତରେ ମେସିନ ଗୁଡିକ ରଖାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.