ମା’ ଚଣ୍ଡୀଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ଟିଟିଲାଗଡ଼ ବିଜେପି ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନବୀନ ଜୈନ ସଇଁତଲା ଅଞ୍ଚଳକୁ ଗ୍ରସ୍ତ କରି ମା ଚଣ୍ଡୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ଲୋକମାନଙ୍କୁ ଭେଟି ଭୋଟ ଭିକ୍ଷା ଆରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ବିଭିନ୍ନ ଯୋଜନା ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିକାଶର ବାର୍ତାକୁ ନେଇ ଲୋକଙ୍କ ପାଖକୁ ପହଞ୍ଚିଲା ବୋଲି କହିଥିଲେ। ଏହା ସହିତ ବିଜେଡି ସରକାରର ୨୪ ବର୍ଷ ଶାସନ କାଳରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଏବେ ବି ଲୋକେ ମୌଳିକ ସମସ୍ୟାରୁ ବଞ୍ଚିତ ହୋଇଛନ୍ତି। ଏପରିକି ଦାଦନ ସମସ୍ୟାରୁ ଆରମ୍ଭ କରି ପାନୀୟଜଳ, ରାସ୍ତାଘାଟ, ଚାଷୀମାରଣା ନୀତି, ବିଦ୍ୟାଳୟରେ ଶିକ୍ଷକ ଅଭାବ, ଡାକ୍ତର ସମସ୍ୟା ସହ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବି ବୋଲି ସେ ପ୍ରକାଶ କରିଥିଲେ। ଏହି ଚଳିତ ନିର୍ବାଚନରେ ମୋ ପ୍ରତି ଜନ ସାଧାରଣଙ୍କ ସମର୍ଥନ ରହିଛି। ଲୋକେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେବା ସହ ୩୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବୁ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ଜୈନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାପରେ ତୁଷୁରା ଏନଏସି ଅଞ୍ଚଳକୁ ଯାଇ ଏକ ମିଶ୍ରଣ ପର୍ବରେ ଯୋଗଦାନ କରିଥିଲେ। ଏହି ସମୟରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ପାତ୍ର, ବିରଞ୍ଚି ସାହୁ, କୈଳାଶ ସାହୁ, ସଞ୍ଜୟ ତ୍ରିପାଠୀ, ନକୁ ସାହୁ, ସଞ୍ଜୟ ବେହେରା, ସ୍ୱାମୀ ଶର୍ମା, ଡୋଲାମଣୀ ବସ୍ତିଆ, ଆଶିଷ ବେହେରା, ଜଗୁ, ଟିକୁ, ନରେଶଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.