ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ପୋଖରୀବନ୍ଧ ନିକଟସ୍ଥ ବେନିପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡୁରୀ ପ୍ରଞ୍ଚାୟତର କର୍କଟା ଗାଁର କୁଳମଣି ପାତ୍ରଙ୍କ ପୁତ୍ର ମଧୂସୁଦନ ପାତ୍ର(୩୦) ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ମୃତକ ଜଣକ ଶନିବାର ଅପରାହ୍ନ ସମୟରେ ରାୟଗଡ଼ା ଜିଲ୍ଲା ଅମ୍ବୋଦୋଳା ପଟୁ କୌଣସି କାମସାରି ଘରକୁ ଫେରୁଥିବା ବେଳେ ବିନେପୋଖରୀ ପେଟ୍ରୋଲପମ୍ପ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗାଡିଟି ଘଟଣା ସ୍ଥଳରୁ ଫେରାର ମାରିଥିବା ସନ୍ଧେହ ହେଉଥିବା ବେଳେ ମଧୁସୂଦନ ଗୁରୁତର ଭାବେ ମୁଖ୍ୟ ରାସ୍ତା ଉପରେ ପଡି ରହିଥିବା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଓ ପୋଲିସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବା ବିଳମ୍ବ ଯୋଗୁଁ ତାଙ୍କୁ ଏକ ଘରୋଇ ଲୋକଙ୍କ କାରରେ ବିଶ୍ୱନାଥପୁର ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। କିଛି ସମୟପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବିଶ୍ୱନାଥପୁର ପୋଲିସ ଡ଼ାକ୍ତରଖାନା ଆସି ଶବ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ମଧୁସୂଦନଙ୍କ ମୃତ ଦେହ ଗାଁରେ ପହଁଚିବା ପରେ ଏକ ଶୋକାକୁଳ ପରିବେଶ ଦେଖା ଦେଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.