ଆରଏସଏସ ପକ୍ଷରୁ ସୋନପୁରରେ ନାରଦ ଜୟନ୍ତୀ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଦୟାନନ୍ଦ ପ୍ଲେ ସ୍କୁଲ୍ ପଟାଭାଡ଼ି ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସୁବର୍ଣ୍ଣପୁର ପକ୍ଷରୁ ବ୍ରହ୍ମଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ନାଗରିକ, ସାମ୍ବାଦିକ ତଥା ବୁଦ୍ଧିଜୀବୀ ଓ ସ୍ତମ୍ଭକାର ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶିବ ପ୍ରସାଦ ପାତ୍ର ଆରଏସଏସର ନଗର ସଂଘ ଚାଳକ ଓ ରାଧାବଲ୍ଲଭ ଷଡ଼ଙ୍ଗୀଙ୍କ କରକମଳରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ପ୍ରଚାର ପ୍ରମୁଖ ରଶ୍ମି ରଂଜନ ଦାସ ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନାରଦଙ୍କ ଜୀବନୀ ଓ ସାମ୍ବାଦିକଙ୍କ ବାସ୍ତବ କର୍ତ୍ତବ୍ୟ ତଥା ନିର୍ଭୀକତା ସହ ସମ୍ବାଦ ପରିବେଷଣ କରିବା ଓ ସ୍ତମ୍ଭକାର ମାନଙ୍କର ନିର୍ଭୀକତା ସହ ସତ୍ୟତା ଉପରେ ସମ୍ବାଦ ଉପସ୍ଥାପନା କରିବା ଉପରେ ବକ୍ତା ରାଧାବଲ୍ଲଭ ଷଡ଼ଙ୍ଗୀ ବିସ୍ତୃତ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ। ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ, ନିଷ୍ଠା ଓ ସାଧନା ଉପରେ ମୁଖ୍ୟ ଅତିଥି ଶ୍ରୀ ପାତ୍ର ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ସାମ୍ବାଦିକ, ଲେଖକ, ସମାଜ ସେବୀ ଆରଏସଏସର ସହ ଜିଲ୍ଲା ସଂଘ ଚାଳକ ଜୟଦ୍ରଥ ଜଗଦଲା, ବୌଦ୍ଧିକ ପ୍ରମୁଖ ନାରାୟଣ ସାହୁ, ଯଦୁ ଭାଇ, ବିଶି ଭାଇ, ଅଚ୍ୟୁତାନନ୍ଦ ମହାନ୍ତି, ପ୍ରସାଦୁ ପ୍ରଧାନ, ରାଜେନ୍ଦ୍ର ନାୟକ ସମେତ ଅନେକ ସ୍ଵୟଂସେବକ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.