ଦଶମ ବୋର୍ଡ ପରୀକ୍ଷାରେ ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିରର ଶତ ପ୍ରତିଶତ ସଫଳତା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପୁରୁଷୋତ୍ତମପୁର ସହରରେ ଥିବା ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ ରିଜଲ୍ଟ ହାସଲ କରିଛନ୍ତି। ଯାହା କି ସ୍କୁଲ ପାଇଁ ଏକ ଗୌରବର ବିଷୟ।  ଚଳିତ ବର୍ଷ ଅନୁଷ୍ଠାନର ମୋଟ ୩୫ ଜଣ ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେଇଥିଲା ବେଳେ ସେ ମଧ୍ୟରୁ A1 ରେ ଜଣେ, A2 ରେ ୭ଜଣ, B1 ରେ ୨୦ଜଣ, B2ରେ ୫ଜଣ, C ରେ ୨ଜଣ ମୋଟ ୩୫ ଜଣ ପାସ ହୋଇ ଶିଶୁ ମନ୍ଦିର ପାଇଁଁ ଏବଂ ନିଜ ପିତା, ମାତାଙ୍କ ସହ ଅଞ୍ଚଳ ପାଇଁ ଗୌରବ ଆଣିପାରିଛନ୍ତି। ସେଥିପାଇଁ ସମସ୍ତେ ଏମାନଙ୍କ ସଫଳତାରେ ଆନନ୍ଦିତ। ସଫଳ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ପରିଚାଳନା ସମିତି କର୍ମକର୍ତ୍ତା, ପ୍ରଧାନ ଗୁରୁଜୀ, ସମସ୍ତ ଗୁରୁଜୀ, ଗୁରୁମା ଶୁଭେଚ୍ଛା ଜଣାଇଛନ୍ତି। ତେବେ ଗତ ଦଶ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରୁଥିବାର ପ୍ରଧାନ ଗୁରୁଜୀ ନିରଞ୍ଜନ ଡାକୁଆ ଜଣାଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନର A1 ପାଇଥିବା ଛାତ୍ର ହେଉଛନ୍ତି ଶୁଭମ ସୌମ୍ୟସ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.