ସଇଁତଲାରେ ଉପଖଣ୍ଡସ୍ତରୀୟ ଶାରୀରିକ ଶିକ୍ଷକଙ୍କ ତାଲିମ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଟିଟିଲାଗଡ଼ ଉପଖଣ୍ଡସ୍ତରୀୟ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ୨ ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଉକ୍ତ ଶିବିରକୁ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଟିଟିଲାଗଡ଼ ବ୍ଲକ ଶାରୀରିକ ସମ୍ପାଦିକା ପଦ୍ମଜା ନନ୍ଦିନୀ ବହିଦାର, ମୁରିବାହାଲ ସମ୍ପାଦକ କୁବେର ଲାଲ ବେହେରା, ବଙ୍ଗୋମୁଣ୍ଡା ସମ୍ପାଦକ ଆଶିଷଦେବ ସା, ତୁରେକେଲା ସମ୍ପାଦକ ଦିଲୀପ କୁମାର ଧରୁଆ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଶିବିରରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳକୁଦକୁ ଉପରେ ତାଲିମ ପ୍ରଦାନ କରିଥିଲେ। ଏହି ପରିପେକ୍ଷୀରେ ଖପ୍ରାଖୋଲ ବ୍ଲକ ଶାରୀରିକ ସମ୍ପାଦକ ରଜତ କୁମାର ଦାସ କ୍ରିକେଟ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉକ୍ତ ଶିବିରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସଇଁତଲା ବ୍ଲକ ଶାରୀରିକ ସମ୍ପାଦିକା ରଞ୍ଜିତା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ଉପଖଣ୍ଡସ୍ତରୀୟର ୫ ଗୋଟି ବ୍ଲକର ଶତାଧିକ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀମାନେ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଶାନନ୍ଦ ବାଗ, ଦିନମଣି ପୋଡ଼, ବିନୋଦ ବିହାରୀ ବେହେରା , ସୁଦର୍ଶନ ନାୟକ, ରାଧାଗୋବିନ୍ଦ ନାଏକ, ବନିତା ବନଛୋର, ସ୍ଵାଗତିକା ଶତପଥି, ହେମନ୍ତ ପ୍ରଧାନ ଓ ବାସୁଦେବ ସୁନାନୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.