ପୋଲ ସ୍ଥାନାନ୍ତରଣ କାର୍ଯ୍ୟ ଯୋଗୁଁ ତିନିଘଣ୍ଟା ଧରି ଟ୍ରେନ ଜାମ; ନୟାନ୍ତ ହେଲେ ବାଙ୍କେଲ ଗ୍ରାମବାସୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନ ପୂର୍ବରୁ ରହିଥିବା ବାଙ୍କେଲ ଗାଁ ମଧ୍ୟସ୍ଥ ଲେବୁଲ କ୍ରସିଂ ଠାରେ ତୃତୀୟ ରେଳ ଲାଇନ ଉପରେ ଦୀର୍ଘ ତିନିଘଣ୍ଟା ଧରି ମାଲବାହୀ ଟ୍ରେନର ରହଣି ଯୋଗୁଁ ନୟାନ୍ତ ହୋଇଛନ୍ତି ବାଙ୍କେଲ ଗ୍ରାମବାସୀ । ବୁଧବାର ଯୋଗକୁ ବାଙ୍କେଲ ଗ୍ରାମରେ ସମ୍ବର୍ଦ୍ଧନା ଉତ୍ସବ ଚାଲିଥିବା ବେଳେ ବାହାରୁ ଆସିଥିବା ନିମନ୍ତ୍ରୀତ ଅତିଥି ମାନେ ଟ୍ରେନ ଜାମ ହୋଇ ରହିଥିବା ଯୋଗୁଁ ଟ୍ରେନ ଲାଇନ ପାର କରି ନପାରି ଲେବୁଲ କ୍ରସିଂ ଠାରେ ଦୀର୍ଘ ସମୟ ଧରି ଗାଡି ମୋଟର ଅଟକି ରହିଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ଲାଞ୍ଜିଗଡରୁ ରୁପ୍ରାରୋଡ ରେଳ ଷ୍ଟେସନ ମଧ୍ୟରେ ରେଳ ଲାଇନ ତଳେ ରହିଥିବା ପୁରୁଣା ପଥର ନିର୍ମିତ ପୋଲ ଗୁଡିକୁ ସ୍ଥାନାନ୍ତରଣ କରାଯାଇ ସେଥିରେ ଅତ୍ୟାଧୁନିକ ନୂଆ ପୋଲ ସବୁ ଲାଗୁଛି । ବଡ ବଡ ଭାରିଯାନ, ଯନ୍ତ୍ରପାତି, ମେସିନ ସବୁ ନିୟୋଜିତ କରାଯଇଛି । ବିଭାଗୀୟ ଯନ୍ତ୍ରୀମାନେ କାର୍ଯ୍ୟ ତଦାରଖ କରୁଛନ୍ତି । ଏଥିପାଇଁ କାମ ଚାଲୁଥିବା ଲାଇନରେ ଆସୁଥିବା ମାଲବାହୀ ଟ୍ରେନ ଗୁଡିକୁ କିଛି ସମୟ ଡିଟେନ ରଖିବାକୁ ପଡୁଛି ପୋଲି ବିଭାଗୀୟ କତ୍ତୃପକ୍ଷ କହିଛନ୍ତି । ଭୋର ୪ ଟା ରୁ ରାତି ୯ ଟା ଯାଏଁ ଦୁଇଦିନ ଧରି ଏକାମ ଚାଲୁଛି । ଅପରାହ୍ନ ସଂଧ୍ୟା ୫ ଟାରୁ ସର୍ଗିଗୁଡା ନିକଟରେ ଏହି ପୋଲ ସ୍ଥାନାନ୍ତରଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହା ଗୁରୁବାର ରାତିଯାଏଁ ଚାଲିବ ବୋଲି ଜଣାପଡିଛି । ହେଲେ ଷ୍ଟେସନ କତ୍ତୃପକ୍ଷ ଆଗରୁ ଘୋଷଣା କରିବା ଉଚିତ ଥିଲା ବୋଲି ଗ୍ରାମବାସୀ କହୁଛନ୍ତି। ଘୋଷଣା କରାନଯାଇ କାମ ଚାଲୁଥିବାରୁ ଗ୍ରାମ ଗୁଡିକ ମଝିରେ ରହିଥିବା ଲେବୁଲ କ୍ରସିଂ ଉପରେ ଘଣ୍ଟାଘଣ୍ଟା ଧରି ଟ୍ରେନ ଅଟକି ରହିଲେ ଗ୍ରାମାଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.