ବନ ମହୋତ୍ସବରେ ବୃକ୍ଷ ରୋପଣ କଲେ ବିଧାୟକ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ପ୍ରତିବର୍ଷ ଜୁଲାଇ ୧ ତାରିଖରୁ ୭ ତାରିଖ ଯାଏ ‘ବନ ମହୋତ୍ସବ’ ସପ୍ତାହ ପାଳନ ହୋଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥାଏ। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନ ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ ୭୫ତମ ‘ବନ ମହୋତ୍ସବ’ ସପ୍ତାହ ପାଳନ ହେଉଥିବା ବେଳେ ବୁଧବାର ତୃତୀୟ ଦିବସରେ ତଳଝାପି ପଞ୍ଚାୟତର ଉପରଝାପି ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମର ଲଣ୍ଡା ପାହାଡର ୫୦ ହେକ୍ଟର ପରିସରରେ ଲାଗିବ ୮୦ ହଜାର ପଣସ, କାଜୁ, ସିସୋ ଭଳି ବିଭିନ୍ନ ଉପଯୋଗୀ ବୃକ୍ଷର ଚାରା। ଆୟୋଜିତ ଏହି ‘ବନ ମହୋତ୍ସବ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରି ଯାହାର ଶୁଭ ଉଦଘାଟନ କରିଛନ୍ତି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ। ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଅଧିକାରୀ ଲିଙ୍ଗରାଜ ଭୋଇଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ଜୟପାଟଣାର ବରିଷ୍ଠ ସମାଜସେବୀ ସତ୍ୟ ନାରାୟଣ ଅଗ୍ରବାଲ, କପିଳାସ ନାଏକ,ଥୁଆମୂଳ ରାମପୁର ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକଙ୍କ ସମେତ ଡେପୁଟି ରେଞ୍ଜର ଜୟଦେବ ମାଝୀ, ଫରେଷ୍ଟର ଜୟକୁମାର ଜୁଏଡ ଏବଂ ମହିଳା ଫରେଷ୍ଟର ରଞ୍ଜିତା ଖାଡିଆ ପ୍ରମୁଖ ଉପସ୍ଥିତ ଥିଲେ। ଦକ୍ଷିଣ ବନାଞ୍ଚଳ ବିଭାଗର କର୍ମଚାରୀ ଏବଂ ଜଗୁଆଳି ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.