ହାଡିବନ୍ଧୁ ବେହେରାଙ୍କ ଦ୍ୱାଦଶାହ ଅବସରରେ ରକ୍ତଦାନ ଶିବିର 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରଶନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳର ଜଣେ ଯୁବକ ହାଡିବନ୍ଧୁ ବେହେରା ଗୁଜୁରାଣ ମେଣ୍ଟାଇବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମକୁ ଶବ ଆଣିବାକୁ ପରିବାର ସକ୍ଷମ ନଥିବାରୁ ନିଜ ଭିନ୍ନକ୍ଷମ ଭଉଣୀ ମୁମ୍ବାଇ ଯାଇ  ପୋଲିସ ଠାରୁ ଶବ ଗ୍ରହଣ କରି ମୁମ୍ବାଇରେ ହିଁ ଶବସଂସ୍କାର କରିଥିଲେ। ତେବେ ଆଜି ଦ୍ୱାଦଶାହ କାର୍ଯ୍ୟକ୍ରମରେ ସ୍ବର୍ଗତ ହାଡିବନ୍ଧୁ ବେହେରାଙ୍କୁ ତାଙ୍କ ସାଙ୍ଗ ସାଥୀ ମାନେ ଶ୍ରଦ୍ଧାଞ୍ଜଳି ଦେବା ସହ ପୁରୁଷୋତ୍ତମପୁର କାଳି ମନ୍ଦୀର ସ୍ଥିତ ଜ୍ୟୋତି ନଗର ଗୌଡ଼ ଦଣ୍ଡପାର୍ଟି କୋଠ ଘରରେ ଚାଙ୍ଗୁଡି଼ଅପଦର ସାହି ଗଣେଷ ପୂଜା କମିଟି ଏବଂ ଏନଏସି କାଉନସିଲର ଅଶୋକ କୁମାର ମହାଙ୍କୁଡଙ୍କ ସଂଯୋଜନାରେ ରକ୍ତଦାନ ଶିବିର ଆୟୋଜିତ କରିଥିଲେ।

Omkar Vasthu
Omkar Vasthu

ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ଡ଼କ୍ଟର ଏମ୍ ଏମ୍ ମାରାଣ୍ଡି, ସୁଜିତ କୁମାର ସାହୁ, ରିଙ୍କୁ ସାହୁ, ସୁଶାନ୍ତ କୁମାର ପାଣିଗ୍ରାହୀ, ଆର ଏଚ ପଣ୍ଡା, ଅମୁଲ୍ୟ ବେହେରା, ଡି କେ କର୍କୀ, ଏସ କେ ପଣ୍ଡା ପ୍ରମୁଖ ଯୋଗ ଦେଇ ୭୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ସମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ପୂର୍ବତନ କାଉନସିଲର ପ୍ରେମାନନ୍ଦ ସାହୁ, ରବୀନ୍ଦ୍ର ମହାରଣା, ଈଶ୍ୱର ଗୌଡ଼, ଗଣେଷ ପୂଜା କମିଟି ସଭାପତି ନନ୍ଦନ ବେହେରା, ପୁରୁଷୋତ୍ତମପୁର କନଙ୍କେଶ୍ୱରୀ ଅଟୋ ସଂଘ ସଭାପତି ସଞ୍ଜୟ କୁମାର ଗୌଡ଼, ପରିବା ମାର୍କେଟ ସଂଘ ସଭାପତି କିଶୋର ଚନ୍ଦ୍ର ଦାସ ଏବଂ ଚାଙ୍ଗୁଡ଼ିଆପଦର ସାହିର ବହୁ ଯୁବକଙ୍କ ସହ ସହରର ସବୁ ବର୍ଗର ଲୋକମାନେ ସ୍ୱେଚ୍ଛାକୃତ ଭାବେ ଉପସ୍ଥିତ ରହି ରକ୍ତଦାନ କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.