ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି ୨୦୨୦ ର ଚାରିବର୍ଷ ଫୁର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନୂଆଦିଲ୍ଲୀଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟ ରେ ଶିକ୍ଷା ଶପଥ କାର୍ଯ୍ୟକ୍ରମ ତା ୨୨/୦୭/୨୪ ରିଖ ଠାରୁ ତା ୨୮/୦୭/୨୪ ରିଖ ପଯ୍ୟନ୍ତ ପାଳନ କରାଯାଉଅଛି। ଏହି ଅବସରରେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ରେଙ୍ଗାଲ ପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ଦି ଏପ୍ ଏଲ୍ ଏମ୍ କାର୍ଯ୍ୟକ୍ରମରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଦିତୀୟ ଦିବସରେ ଏପ୍ ଏଲ୍ ଏମ୍ ଶିକ୍ଷଣ, ତୃତୀୟ ଦିବସ ରେ ଖେଳ କୁଦ କାର୍ଯ୍ୟକ୍ରମ, ଏବଂ ଆଜି ଚତୁର୍ଥ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜୋର୍ ସୋର୍ ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସହ ପାଳିତ ହୋଇଯାଇଅଛି।

ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପର୍ଶୁରାମ ବାଣୁଆ, ଶଶିଭୂଷଣ ଦଳପତି, କୋଟେଶ୍ବର ରାଓ, ଦେବାଶିଷ ମହାପାତ୍ର, ସୁଜିତ ସାହୁ, ଉଦ୍ଧବ ବାଗ, ଧରିତ୍ରୀ ଦାସ, ନିବେଦିତା ବାଣୁଆ ଦିବ୍ୟାସିନି ଦୁର୍ଗା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଭିଭାବକ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହି ସହଯୋଗ କରିଥିଲେ।

ଆଗକୁ ପୋଷଣ ଦିବସ ଇକୋ କ୍ଳବ, ସମୁଦାୟ ସହଯୋଗ ଦିବସ ଥିବା ବେଳେ ସେହି ସବୁ କାର୍ଯ୍ୟକ୍ରମ ର ପ୍ରସ୍ତୁତି ସରିଛି ବୋଲି ପ୍ରଧାନ ଶିକ୍ଷକ ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାଶଙ୍କର ଦୀପ ସକ୍ରିୟ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.