ଚା ଦୋକାନକୁ ମାଡ଼ିଗଲା ପିକଅପ୍: ୩ ମୃତ, ଜଣେ ଗୁରୁତର

ମୃତକଙ୍କ ଭାଇ ଆଣିଲେ ହତ୍ୟା ଅଭିଯୋଗ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସମ୍ବଲପୁର ୧୫ ନଂ ରାଜ୍ୟ ରାଜପଥ ମେଟାକାନୀ ମନ୍ଦିର ଛକ ଠାରେ ଗତକାଲି ସନ୍ଧ୍ୟା ସମୟରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ବୁର୍ଲା ବଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ସମୟରେ ଉଲୁଣ୍ଡା ଥାନା ଅଇଁଲାଛାଟର ରାଜେଶ କୁମ୍ଭାର, ଜଗନ କୁମ୍ଭାର, ନାରାୟଣଟିକ୍ରାର ଦେବାନନ୍ଦ ସୁରୁଜାଲ, ବଳପାଲିର ସୁଶାନ୍ତ ସାହୁ ଉକ୍ତ ଚା’ ଦୋକାନ ସାମ୍‌ନାରେ ଛିଡ଼ା ହୋଇ ଚା’ ପିଉଥିବା ସମୟରେ ପିକଅପ୍ ଭ୍ୟାନଟି ଦ୍ରୁତଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା।

Omkar Vasthu
Omkar Vasthu

ଘଟଣାସ୍ଥଳରେ ଥିବା ୩ ବାଇକ, ୧ ଅଟୋ ମଧ୍ୟ ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଗାଡ଼ି ନେଇ ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ମାରିଥିଲା। ପରେ ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ୪ ଜଣଙ୍କୁ ଉଲୁଣ୍ଡା ହସପିଟାଲ ନେବା ପରେ ରାଜେଶ, ଦେବାନନ୍ଦ ଓ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷୋଣା କରିଥିଲେ। ପରେ ରାଜେଶଙ୍କ ଭାଇ ସୁଶିଲ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ମୁତାବକ ଅଇଁଲାଛାଟ ଛକରେ ବୁଧବାର ଦିନ ସମ୍ପୃକ୍ତ ପିକଅପ୍ ଚାଳକଙ୍କ ସହ ରାଜେଶର ବଚସା ହୋଇଥିଲା। ଗତକାଲି ଚାଳକ ରାଜେଶଙ୍କୁ ମେଟାକାନୀ ଛକକୁ ଡାକିଥିଲେ।

Pearl dental clinic
Near Ashish Medical Store, Bhawanipatna

ରାଜେଶ ସାଙ୍ଗ ମାନଙ୍କ ସହ ଉକ୍ତ ସ୍ଥାନକୁ ଯାଇ ଚା ପିଉଥିବା ବେଳେ ସମ୍ପୃକ୍ତ ଚାଳକ ପିକଅପ୍ ଜାଣିଶୁଣି ମଡେଇ ଦେଇଥିବା ଅଭିଯୋଗ ଆଣିଛନ୍ତି। ପୋଲିସ ସେହି ଗାଡ଼ି ଓ ଡ୍ରାଇଭରକୁ ଧରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ରାତି ପ୍ରାୟ ୯ଟାରେ ମୃତକଙ୍କ ପରିବାର ଓ ଅଞ୍ଚଳବାସୀ ଉଲୁଣ୍ଡା ଥାନା ଆଗରେ ରାସ୍ତା ଅବରୋଧ କରିଥିଲେ। ତହସିଲଦାର ପ୍ରଶାନ୍ତ ମହାରଣା ଓ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ସହ ରେଡ୍‌କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବା ସହ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ରାତି ୧୧ଟାରେ ରାସ୍ତାରୋକ ହଟିଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.