ଗିଗିନା ଆରୋଗ୍ୟ ମନ୍ଦିରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗିଗିନା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍। ଜାତିୟ ଗୁଣବତ୍ତା ପରିକ୍ଷଣ ଦଳ (ଏନକ୍ୟୁଏଏସ) ଦିଲ୍ଲୀରୁ ଆସିଥିବା ଡ଼. ଆରୋକିଆମେରୀ ଓ ଡ଼. ଆଡେପା ବାସୁବାବୁ ଗିଗିନା ଆରୋଗ୍ୟ ମନ୍ଦିରକୁ ପରିଦର୍ଶନ କରିବା ସହ ଏହାର ସାତ ଗୋଟି ସେବା ଯୋଜନାକୁ ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନରେ ସଫଳ ହେଲେ ଏହି କେନ୍ଦ୍ର ଯୋଗ୍ୟ ବିବେଚିତ ହେବ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷଣ ଦଳ ସହ ଜିଲ୍ଲାରୁ ଏଡିପିଏଚଓ ଡ ନିହାରିକା ପଣ୍ଡା, ତାପସୀ ବାରିକ, ଏଏନ କ୍ବାଲିଟି ରିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ସେହିଭଳି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ. ଅକ୍ଷୟ କୁମାର ଗୋଚ୍ଛାୟତ, ବିପିଏମ ସବିର ପଧାନ, ମେଡିକାଲ ଅଫିସର ଆୟୁଷ ଡାକ୍ତର ଡ଼ ଦୁର୍ଯ୍ୟୋଧନ ପଧାନ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗିଗିନାର ସିଏଚଓ ମଧୁସ୍ମିତା ତରାଇ, ମହିଳା ସ୍ବାସ୍ଥ୍ୟକର୍ମୀ ତନୟା ଗଉଡ, ପୁରୁଷ ସ୍ବାସ୍ଥ୍ୟକର୍ମୀ ସୁଜିତ ସେନାପତି ଓ ଏହି କେନ୍ଦ୍ର ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶାକର୍ମୀ ଉପସ୍ଥିତ ରହି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳକୁ ସମସ୍ତ ତଥ୍ୟ ପ୍ରଦାନ କରିବାସହ ଏହି କେନ୍ଦ୍ରରେ ଚାଲିଥିବା ସମସ୍ତ ଗୁଣବତ୍ତା ସେବା ଗୁଡ଼ିକ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ଗିଗିନା ଆରୋଗ୍ୟ କେନ୍ଦ୍ରର ଗୁଣବତ୍ତା ସଂପନ୍ନ ସମସ୍ତ ସେବାଗୁଡିକୁ ପର୍ଯ୍ୟବେକ୍ଷଣ କରି କେନ୍ଦ୍ରୀୟ ଦଳ ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲା ବ୍ଲକର ସର୍ଗିଗୁଡା, ମୁସ୍କୁଟି, ସେରଗଡ ଓ ଶାନ୍ତପୁର ଆରୋଗ୍ୟ ମନ୍ଦିର ଗୁଣବତ୍ତା ସେବା ପ୍ରଦାନ ପାଇଁ ପ୍ରମାଣପତ୍ର ପାଇ ସାରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.