କଳିଙ୍ଗ ବାଲିଯାତ୍ରାରେ ବାଲିଯାତ୍ରା ବୈଭବ ପତ୍ରିକା ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ବାଲିଯାତ୍ରା ବୈଭବ କଳିଙ୍ଗ ବାଲିଯାତ୍ରା ପାରାଦ୍ୱୀପ ମଞ୍ଚରେ ଲୋକାର୍ପିତ ହୋଇଯାଇଛି । ପତ୍ରିକାର ମୁଖ୍ୟ ସମ୍ପାଦକ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ପତ୍ରିକା ଲୋକାର୍ପଣ ଉତ୍ସବରେ ଯୋଗଦାନ କରି ଅତିଥିବୃନ୍ଦଙ୍କୁ “କଳିଙ୍ଗ ଜ୍ୟୋତି ସଂସ୍କୃତି ସମ୍ମାନ” ପ୍ରଦାନ କରିଥିଲେ । ସମ୍ପାଦନା ମଣ୍ଡଳୀର ଦାୟିତ୍ୱବୋଧ ପାଇଁ ଏହି ପତ୍ରିକା ଠିକ ସମୟରେ ପ୍ରକାଶିତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ବିଶ୍ୱନାଥ ପ୍ରଭୁ, ଉପ ସଭାପତି, ଜେ.ଏସ.ଡବ୍ଲୁ (ପାରାଦ୍ୱୀପ) ଉପସ୍ଥିତ ହୋଇ କୈବଲ୍ୟ ସାହିତ୍ୟ ସଂସଦ ସାଂସ୍କୃତିକ ସମନ୍ୱୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । ସଭାମୁଖ୍ୟ ଶ୍ରୀ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ସଭାପତି ପାରାଦୀପ ବାଲିଯାତ୍ରା କମିଟି ଅନୁଷ୍ଠାନର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ରାଜଶ୍ରୀ ସିହ୍ନା, ପାରାଦ୍ୱୀପ ଶକ୍ତି ଉତ୍ତୋଳନ କାରଖାନା ମୁଖ୍ୟ ଓ ଶ୍ରୀ ସୁମିତ୍ ସେନାପତି, ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ପି. ପି. ଏଲ୍ (ପାରାଦ୍ୱୀପ) ଉତ୍କଳର ସାହିତ୍ୟିକମାନେ ବାଲିଯାତ୍ରାକୁ ଆଜିପର୍ଯ୍ୟନ୍ତ ଜୀବନ୍ତ କରି ରଖିଛନ୍ତି ବୋଲି ଉଦ୍ଧୃତ କରିଥିଲେ । ସହକାରୀ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.