ପଣ୍ଡିତ ଗୁଣ ସାଗର ପଣ୍ଡାଙ୍କ ଉଦ୍ଦେଶ୍ୟରେ ସାମୂହିକ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ବମରାଜ ଗାଁ ରେ ଆଜି ପଣ୍ଡିତ ସ୍ୱର୍ଗତ ଗୁଣ ସାଗର ପଣ୍ଡାଙ୍କ ଦ୍ଵାଦଶାହ କାର୍ଯ୍ଯରେ ଏକ ସାମୂହିକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋଶଳ ଜ୍ୟୋତିର୍ବିଦ ମହାସଭାର ଆବାହକ ତଥା ପରମେଶ୍ଵରୀ ପାଞ୍ଜି ଗଣକ ମେଡେନ କୁମାର ବିଶି ସ୍ୱର୍ଗତ ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ବିନମ୍ର ବ୍ୟବହାର ଓ ପାଣ୍ଡିତ୍ୟର ଗୁଣ ଗାନ କରି ଶ୍ରୀ ପଣ୍ଡାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ସ୍ୱଚ୍ଛ ଭାରତ ସଂଗଠନ, ପତଞ୍ଜଳି ଯୋଗ ସମିତି, ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ଶ୍ରୀ ଗୋପାଳଜୀ ଯୋଗାଳୟ, ଜିଲ୍ଲା କ୍ରିକେଟ ସଂଘ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ, ରକ୍ତ ଦାତା ସଂଘ, ଫରେଷ୍ଟ ପାର୍କ ମର୍ଣୀଙ୍ଗ ୱାକର୍ସ ସଂଘ, ସୋନପୁର କଲେଜ୍ ଏନସିସି, ଆର୍ ଏସ ଏସ, ଶିକ୍ଷକ ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ଜିଲ୍ଲାର ଅନେକ ସାମାଜିକ ସଂଗଠନର ଶହ ଶହ କର୍ମକର୍ତ୍ତା ଯୋଗ ଦେଇ ଏହି ସ୍ମୃତି ସଭାରେ ଶ୍ରୀ ପଣ୍ଡା ଙ୍କ ଅମର ଆତ୍ମା ଶାନ୍ତି ସଦଗତି କାମନା କରି ଶ୍ରୀ ପଣ୍ଡା କେବଳ ଯେ ଜଣେ ଆଦର୍ଶ ଶିକ୍ଷକ ନ ଥିଲେ ସେ ଜଣେ ଉଚ୍ଚ କୋଟୀର ଜ୍ୟୋତିର୍ବିଦ ଭାବେ ସମଗ୍ର ପଶ୍ଚିମ ଓଡ଼ିଶା ରେ ଖ୍ୟାତି ଲାଭ କରିଥିଲେ ଓ ପାତାଳୀ ଶ୍ରୀକ୍ଷେତ୍ରର ନୀତି ନିର୍ଘଣ୍ଟ ନିର୍ଭୁଲ ଗଣନା କରି ଦେବ ନୀତି ପରିଚଳନାରେ ନିଷ୍ଠାର ସହ ସହଯୋଗ କରି ଆସୁଥିଲେ ବୋଲି ସ୍ମୃତି ସଭାରେ ବକ୍ତା ମାନେ ମତ ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମହାନଦୀ ବା ମହାସାଗରକୁ ଯେମିତି ମାପି ହୁଏନି ଶ୍ରୀ ଗୁଣ ସାଗର ପଣ୍ଡାଙ୍କ ଅଗାଢ଼ ଗୁଣ ଓ ଅମାପ ପାଣ୍ଡିତ୍ୟକୁ ମାପିବା ଅସମ୍ଭବ ଥିଲା ବୋଲି ଉପସ୍ଥିତ ଜ୍ୟୋତିର୍ବିଦ, ବୁଦ୍ଧିଜିବୀ, ସାମ୍ୱାଦିକ, ଆଇନଜୀବୀ, ସମାଜସେବୀ, ଶିକ୍ଷକ, ରାଜ ନେତା ସ୍ମୃତି ସଭାରେ ସ୍ମୁତି ଚାରଣ କରିଥିଲେ। ଏହି ସଭାରେ ପଣ୍ଡିତ ମହାସଭାର ମେଡେନ୍ କୁମାର ଵିଶି, ଯୋଗିନ୍ଦ୍ର ହୋତା, ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, କଳା କାହ୍ନୁ ଦାଶ, ନିରଞ୍ଜନ ତ୍ରିପାଠୀ, ସ୍ବଚ୍ଛ ଭାରତ ସଂଗଠନ ସଭାପତି ସୟଦ୍ ଅଲିମୁଲ ଇସଲାମ, ଯୋଗୀ ଆର୍ତ୍ତତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପ୍ରଦୀପ ପୁରୋହିତ, ଶିକ୍ଷାଧିକାରୀ ପ୍ରତାପ ଦାଶ, ପଠାନ ପଣ୍ଡା, ହରିହର ଶତପଥି, ଗରିବ ଲୋଇ, ଗୋପାଳ ନେଗୀ, ଅଧ୍ୟାପକ ମଦନ ସୁନ୍ଦର କ୍ଷେତି, ଲଡ଼ୁ କିଶୋର ମଲ୍ଲିକ, ରବୀନ୍ଦ୍ର ଜେନା, ରାଜ କିଶୋର ତ୍ରୀପାଠୀ, ପୀତାମ୍ବର ମହାପାତ୍ର, , ସଞ୍ଜୟ ସାହୁ, ରଞ୍ଜନ ବାରିକ୍, ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ମଞ୍ଜୁଶ୍ରୀ ଭୂୟାଁ, ରୁଚିକା ମାଝୀ, ସବିତା ପଟ୍ଟନାୟକ ପ୍ରମୁଖ ଜିଲ୍ଲାର ବହୁ ନେତ୍ରୁ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ଏଠାରେ ଯୋଗ ଦେଇ ଶ୍ରୀ ପଣ୍ଡା ଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ଏ ଅଞ୍ଚଳର ବିଶିଷ୍ଟ ପଣ୍ତିତ କାମପାଳ ନାୟକ, ରାମକୃଷ୍ଣ ପଣ୍ଡା, ଵଳରାମ ପୁରୋହିତ, ସନ୍ତୋଷ କୁମାର ପୁରୋହିତ, ଉପେନ୍ଦ୍ର ଚାନ୍ଦ, ଯୋଗେଶ୍ଵର ପୁରୋହିତ, ପଣ୍ଡିତ ପ୍ରକାଶ ପୁଝାରୀ ଏହି ସଭାରେ ଉପସ୍ଥିତ ଥିଲେ। ଶ୍ରୀ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା କାଲି ଠାରୁ ସାମୂହିକ ଗୀତା ପାଠ, ବିଷ୍ଣୁ ସହସ୍ର ନାମ ଓ ମାନବୀୟ ସେବାର ପ୍ରତୀକ ରକ୍ତ ଦାନ ଶିବିର ର ମଧ୍ୟ ଅୟୋଜନ କରଯାଇଛି ବୋଲି ସମାଜସେବୀ ମନୋଜ ପଣ୍ଡା ତଥା ସ୍ଵର୍ଗତ ପଣ୍ଡାଙ୍କ ପରିବାର ପକ୍ଷରୁ ସୁଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.