ବୃକ୍ଷରୋପଣ ସ୍ୱତନ୍ତ୍ର ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ସାତ ଦିନିଆ ବୃକ୍ଷରୋପଣ ସ୍ୱତନ୍ତ୍ର ଶିବିରକୁ ଅଧ୍ୟକ୍ଷ ଶ୍ରୀ ଏସ୍ ଜଗନ୍ନାଥ ରାଓ ଗଛ ଲଗାଇ ଉଦଘାଟନ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ବେହେରା, ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର ଯୋଗ ଦେଇ ୫୦ ବର୍ଷ ତଳର ପରିବେଶ ଓ ଆଜିର ପରିବେଶ ମଧ୍ୟରେ ପାର୍ଥକ୍ୟ ତଥା ବୃକ୍ଷର ବିବିଧ ଉପକାରୀ ଗୁଣ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ।

ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଚୁଡ଼ାମଣି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୃକ୍ଷରୋପଣ ଓ ପରବର୍ତ୍ତୀ ଯତ୍ନ ଦ୍ୱାରା ଗଛକୁ ବଞ୍ଚାଇବା।

 

ବର୍ତ୍ତମାନ ଶିବିରାର୍ଥୀ ମାନେ ୧୫୦ ଗଛ ଲଗାଇବେ ଓ ପୂର୍ବରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଲଗାଯାଇଥିବା ୬୦ ଟି ଗଛର ଯତ୍ନ ନେବେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା, ନିମାଇଁ ଚରଣ ପାତ୍ର, ଅଧ୍ୟାପକ ସଦୟ ପଧାନ, ଅଧ୍ୟାପିକା ଅଞ୍ଜଳି ମାଝୀ ଓ ଦୁଶିଳା ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.