ଦେପୁର କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର କ୍ଲଷ୍ଟର ଠାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଡିଲେଶ୍ୱର ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଏବିଇଓ ହୃଷୀକେଶ ନାଏକ ଓ ସମ୍ମାନିତ ଅତିଥି ଭାବେ ଡିଆଇଇଟିର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନିହରୀକା ଦେବୀ ଯୋଗ ଦେଇଥିଲେ। ଏଥିରେ ଏଫ୍ଏଲ୍ଏନ୍ ପାଠ ଯୋଜନା, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରସ୍ତୁତି ଏବଂ ବିଲଡିଂ ବ୍ଲକ ଏପ୍ ଉପରେ ଆଲୋଚନା ହୋଇଥିଲା।

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆସନ୍ତା ମାସରୁ ଏହି କାର୍ଯ୍ୟକ୍ରମଟି ମିଶନ୍ ଭାବେ ଆରମ୍ଭ ହେବାକୁ ଯାଉଛି। ତେଣୁ ଏହାର ସଫଳ ରୂପାୟନ ନିମିତ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଗୋଷ୍ଠୀ ସହଯୋଗର ମଧ୍ୟ ନିତାନ୍ତ ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ବୈଠକକୁ ସାଧନ କର୍ମୀ ବିନୋଦ ବିଶି ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରଭାକର ଆଚାର୍ଯ୍ୟ ନମୁନା ପାଠ ଯୋଜନା ଉପସ୍ଥାପନ କରିଥିଲେ। ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୪ଟି ବିଦ୍ୟାଳୟରୁ ପ୍ରଧାନଶିକ୍ଷକ ଓ ଜଣେ ଲେଖାଏଁ ଏଫଏଲଏନ ଶିକ୍ଷକ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.