କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ହଟଚମଟ : ସରପଞ୍ଚ ମାନଙ୍କୁ ଅନାସ୍ଥା ଭୟ ଦେଖାଇଲେ ମଧ୍ୟ ପଡୁନାହିଁ ଫରକ୍!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ବିରୁଦ୍ଧରେ ଅନାସ୍ଥା ଆଗତ ହେବା ଦିନଠାରୁ ଅଞ୍ଚଳର ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି। କେସିଙ୍ଗା ବ୍ଲକର ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାବେଳେ ବିଲ୍ ସମୟରେ ବ୍ଲକ ପ୍ରଶାସନ ହଇରାଣ କରୁଥିବା, ବ୍ଲକ ଅଧ୍ୟକ୍ଷ ସମିତି ବୈଠକ ଠିକ ସମୟରେ କରୁନଥିବା ଭଳି ଅନେକ ଅଭିଯୋଗ ବାରମ୍ବାର ଆସୁଥିଲା। ଏହାକୁ ବିରୋଧ କରି ଧାରଣା ମଧ୍ୟ ଦେଇଥିଲେ ସରପଞ୍ଚ। ତେବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ଏକଛତ୍ରବାଦ କାର୍ଯ୍ୟ ବିରୁଦ୍ଧରେ ୩୯ ଜଣ ସମିତି ସଭ୍ୟ/ସଭ୍ୟା ଏବଂ ସରପଞ୍ଚ ଏକହୋଇ ଅନାସ୍ଥା ଆଣିଥିବା ଜଣାପଡିଛି। ଯାହାକି ଚନ୍ଦନ ସେନାପତିଙ୍କ ଅଧ୍ୟକ୍ଷ ପଦ ଯିବା ଥୟ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ଅନାସ୍ଥା ସପକ୍ଷଙ୍କ ସମର୍ଥନରେ ଥିବା ସରପଞ୍ଚ ମାନଙ୍କ ବିରୁଦ୍ଧରେ ତାଙ୍କ ୱାର୍ଡ ମେମ୍ବର ମାନଙ୍କୁ ଧମକ ଚମକ ଦେବା ସହ ପ୍ରଲୋଭନ ଦେଖାଇ କେଉଁ ପଞ୍ଚାୟତରେ ୩ ଜଣ ତ ଆଉ କେଉଁ ପଞ୍ଚାୟତର ୪ ଜଣ ୱାର୍ଡ ମେମ୍ବରଙ୍କୁ ଧରି ଅନାସ୍ଥା ଆଣିବାକୁ ସରପଞ୍ଚ ମାନଙ୍କୁ ଧମକ ଦିଆଯାଉଥିବା ସୂଚନା ମିଳିଛି। ତେବେ ଏହି ସରପଞ୍ଚମାନେ କୌଣସି ଭୟଭୀତ ନ ହୋଇ ସ୍ଥିର ଥିବା ଏବଂ ବ୍ଲକ ଅଧକ୍ଷଙ୍କ ବିରୁଦ୍ଧରେ ଅନାସ୍ଥାକୁ ସମର୍ଥନ ଦେଉଥିବା ସ୍ପଷ୍ଟ କରିଛନ୍ତି। କଶ୍ରୁପଡ଼ା ସରପଞ୍ଚଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା କେବଳ ଏକ ଗୁଜବ ଏବଂ ଯେହେତୁ ସେହି ପଞ୍ଚାୟତର ୨ ଜଣ ୱାର୍ଡ ସଭ୍ୟ ଅଯୋଗ୍ୟ ଅଛନ୍ତି ଯାହାକି ଜ଼ିଲ୍ଲାପାଳଙ୍କ ଠାରେ ବିଚାରଧୀନ ଅଛି। ତେଣୁ ଏହା କାଶ୍ରୁପଡ଼ା ସରପଞ୍ଚଙ୍କୁ ଭୟଭୀତ କରିବା ପାଇଁ ଏହି ଗୁଜବ ପ୍ରଚାର କରାଯାଉଥିବା କୁହାଯାଉଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଅଳ୍ପଦିନ ଭିତରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ପାଇଁ ତାରିଖ ବାହାରିବ। ଯେହେତୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ପାଖରେ ପ୍ରଭୁତ ସମର୍ଥନ ନାହିଁ ତେଣୁ, ସେ ନିଶ୍ଚିତ ଅନାସ୍ଥାରେ ହାରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଯାହା ପାଖରେ ସଂଖ୍ୟାବଳ ନଥାଏ ସିଏ ବିଭିନ୍ନ ଭୟ ଦେଖାଇବା, ଧମକ ଦେବା, ଗୁଜବ ସୃଷ୍ଟି କରିବା ଭଳି କାର୍ଯ୍ୟ କରିଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି। ସେପଟେ ଅନାସ୍ଥା ସପକ୍ଷରେ ୪୦ ଜଣ ଥିବା ସରପଞ୍ଚ ଓ ସମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିରୋଧୀଙ୍କ ପାଖରେ ମାତ୍ର କିଛି ଜଣଙ୍କ ସମର୍ଥନ ଥିବା ଚର୍ଚ୍ଚା ହେଉଛି। ବ୍ଲକ ଅଧକ୍ଷଙ୍କ ବିରୁଦ୍ଧରେ ୩୭ ଜଣ ସମିତି ଓ ସରପଞ୍ଚ ହେଲେ ଅଧ୍ୟକ୍ଷ ଅନାସ୍ଥାରେ ହାରୁଥିବା ବେଳେ ତାଙ୍କ ବିରୁଦ୍ଧରେ ୪୦ ଜଣ ଥିବା ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟା ମାନେ ସ୍ପଷ୍ଟ କରିଛନ୍ତି। ଆମେ ସାମ୍ଭିଧାନିକ ପଦ୍ଧତିରେ ଏହି ଅନାସ୍ଥା ଆଣିଛୁ ବୋଲି ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା ଓ ଉପାଧ୍ୟକ୍ଷା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.