ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସ୍ଥାନୀୟ ଲେଡି ଲୁଇସ୍ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଶିକ୍ଷାବିଭାଗ ତରଫରୁ ବାଳିକାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବା ଏବଂ ସେମାନଙ୍କ ସଶକ୍ତିକରଣ ଓ ମାନବିକ ଅଧିକାର ସୁନିଶ୍ଚିତ କରିବାର ଲକ୍ଷ୍ୟ ନେଇ, ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧ୍ୟାକାରୀ ଶ୍ରୀମତୀ ମିନାରାଣୀ ମଙ୍ଗଲ ଉଦ୍ଯାପନ ସମାରୋହରେ ମୁଖ୍ୟଅତିଥ୍ ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଅଳ୍ପରେ ସନ୍ତୁଷ୍ଟ ନ ହୋଇ ସଫଳତାର ଉତ୍ତୁଙ୍ଗ ଶିଖର ଆରୋହଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ନିଜ ଅଭିଭାଷଣରେ ସେ କହିଥିଲେ, ପ୍ରତ୍ୟେକ କନ୍ୟା ଅନନ୍ୟ ସେମାନେ ନିଜକୁ ଦୂର୍ବଳା ଭାବରୁ ନାହିଁ, କଠିନ ଅଧ୍ୟବସାୟ ତଥା ସମୟର ସଦୁପଯୋଗ ପୂର୍ବକ ଅସମ୍ଭବକୁ ସମ୍ଭବ କରି ଦେଖାନ୍ତୁ ।
ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀଯୁକ ପ୍ରଶାନ୍ତ କୁମାର ପାଢୀ ଯୋଗ ଦେଇ ଜୀବନରେ ସଫଳତା ପାଇବାପାଇଁ ଅନେକ ସୂକ୍ଷ୍ମମନ୍ତ୍ର ଦ୍ବାରା ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ଅଭିମନ୍ତ୍ରତ କରିଥିଲେ, ଲିଙ୍ଗଗତ ସମାନତା, ଛାତ୍ରୀ ମାନଙ୍କ ବିଭିନ୍ନ ଅଧ୍ୟାକାର, ଅଧ୍ୱନିୟମ, କନ୍ୟାସନ୍ତାନଙ୍କୁ ନେଇଥିବା ସରକାରଙ୍କ ଅନେକ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାଶିକ୍ଷାତ୍କାରୀ ଶ୍ରୀମତୀ ଜୟଶ୍ରୀ ଦୋରା ଓ ଧନକଉଡା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ ସୁଜିତ କୁମାର ଲୁହା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ କମଳିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
ସମଗ୍ରଶିକ୍ଷା, ସମ୍ବଲପୁର ଅନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରରୁ ବରିଷ୍ଠ ଓ କନିଷ୍ଠ ବର୍ଗରେ ୮ଜଣ ଲେଖାଏଁ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ, -ପ୍ରସଙ୍ଗ ଭିତ୍ତିକ ଦଳଗତ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇ କୃତୀପ୍ରତୀଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରାରମ୍ଭରେ ଲେଡି ଲୁଇସ୍ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ତଥା ବ୍ଲକମାନଙ୍କରେ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦିନତମାମ ସଚେତନତା ରାଲି ତଥା ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଜିଲ୍ଲା ବାଳିକା ଶିକ୍ଷା ସଂଯୋଜକ ଅବିନାଶ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ତଥା ସମଗୁଶିକ୍ଷା କାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତାଗଣ ସାହାଯ୍ୟ କରିଥିଲେ I ଅସୀମ ପ୍ରଧାନ ଓ ଦେବସ୍ମିତା ରାଉତ ମଞ୍ଚ ପରିଚାଳନା କରିଥିଲେ ।