ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଵାଗତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଶିକ୍ଷକ ଭବନ ଠାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଏକ ଭବ୍ୟ କାର୍ଯ୍ୟକ୍ରମରେ ସ୍ବାଗତ କରାଯାଇଛି। ଶିକ୍ଷକ ସଂଘର ସଭାପତି ମୀନକେତନ ସାହୁଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ ସ୍ବାଗତ ସମାରୋହରେ ଳସମ୍ପାଦକ ଅମିତ କୁମାର ଶର୍ମା, ଉପଦେଷ୍ଟା ତଥା ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ସେଠୀ ମଞ୍ଚାସିନ ଥିଲେ। ପ୍ରଥମେ ଫୁଲ ଚନ୍ଦନ ସହ ନୂତନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ଵାଗତ କଲାପରେ କାର୍ଯ୍ୟକ୍ରମ ହୋଇଥିଲା। ବରିଷ୍ଠ ଶିକ୍ଷକମାନେ ଶିକ୍ଷକଙ୍କ କର୍ତ୍ତବ୍ୟ, କିପରି ଜଣେ ଉତ୍ତମ ଶିକ୍ଷକ ହୋଇ ପାରିବ, ଶିକ୍ଷକଙ୍କ ଭୂମିକା, ଶିକ୍ଷକ ଜୀବନର ସୁବିଧା, ଅସୁବିଧା ବିଷୟରେ ଅବଗତ କରାଇଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସି ନର୍ଲା ବ୍ଲକରେ ଯୋଗ ଦେଇଥିବା ୬୪ଜଣଙ୍କ ମଧ୍ୟରୁ ୫୪ଜଣ ଯୋଗଦେଇ ନିଜ ନିଜର ପରିଚୟ ପ୍ରଦାନ କରିବା ସହ ବ୍ୟକ୍ତିଗତ ସୁବିଧା ଅସୁବିଧା ବିଷୟରେ ଅବଗତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସଭାପତି ହରପ୍ରସାଦ ସାହୁ ଶିକ୍ଷକମାନେ ଶିକ୍ଷା ଦାନକୁ ଗୁରୁତ୍ବ ଦେବାପାଇଁ ପରାମର୍ଶ ଦେଇ ଧନ୍ୟବାଦ ଦେଇଥିଲେ।  ବଲବସପୁର ସିଆରସିସି ଜଗଦୀଶ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବ୍ଲକର ସମସ୍ତ ସିଆରସିସି ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତ୍ତା ଓ ବରିଷ୍ଠ ଶିକ୍ଷକମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.