ଦେବଗିରି ବାର୍ତ୍ତା ସମ୍ମାନ ପାଇବେ ବାଳକୃଷ୍ଣ ନାଏକ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଧର୍ମଗଡ଼ର ସାମ୍ବାଦିକ ବାଳକୃଷ୍ଣ ନାଏକଙ୍କୁ ମର୍ଯ୍ୟାଦାଜନକ ଦେବଗିରି ବାର୍ତ୍ତା ସମ୍ମାନ ପ୍ରଦାନ କରାଯିବ। ନଭେମ୍ୱର ୧୩ରୁ ୧୫ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଆୟୋଜିତ ଗୋସିଙ୍ଗ ଦୈତ୍ୟ ଦରବାରରେ ଶ୍ରୀ ନାଏକଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି। ନନ୍ଦିଘୋଷ ଟିଭିର ଧର୍ମଗଡ଼ ପ୍ରତିନିଧି ଭାବେ କାର୍ଯ୍ୟରତ ବାଳକୃଷ୍ଣ ନାଏକ ଅନେକ ଗଣମାଧ୍ୟମରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଜଣେ ନିର୍ଭିକ ପତ୍ରକାର ଭାବେ ସେ ନିଜ ଅଞ୍ଚଳର କୋଣ ଅନୁକୋଣରେ ପହଞ୍ଚି ଜନସାଧାରଣଙ୍କ କଥାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇଥାନ୍ତି। ୨୦୦୦ ମସିହାରୁ ସାମ୍ବାଦିକତା କ୍ଷେତ୍ରରେ ପାଦ ଦେଇଥିବା ବାଳକୃଷ୍ଣ ଅନୁପମ ଭାରତ, ଦିନଲିପି, ସୂର୍ଯ୍ୟପ୍ରଭା, କାମୟାବ ଟିଭି, ଫୋକସ, ଫୋକସ ଓଡ଼ିଶା, ନିଉଜ ଓ୍ବାର୍ଲ୍ଡ ଓଡ଼ିଶା ଆଦି ଗଣମାଧ୍ୟମରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ୨୦୧୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନନ୍ଦିଘୋଷ ଟିଭିର ଧର୍ମଗଡ଼ ପ୍ରତିନିଧି ଭାବେ କାର୍ଯ୍ୟରତ। ଶ୍ରୀ ନାଏକ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.