ଏକଲ ଅଭିଯାନର ପାଞ୍ଚଦିନିଆ ଆଚାର୍ଯ୍ଯ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଏକଲ ଅଭିଯାନର ପାଞ୍ଚଦିନିଆ ଆଚାର୍ଯ୍ଯ/ଆଚାର୍ଯ୍ଯା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇ ଯାଇଛି। ସମାରୋପ ଉତ୍ସବରେ ମ.ରାମପୁର ସଂଚ (ବ୍ଲକ) ସଭାପତି ପଦ୍ମ ଲୋଚନ ମିଶ୍ର, ନର୍ଲା ଉପ ସଭାପତି ସାରଥୀ ନାଏକ, ସଂପାଦକ ବିଷ୍ଣୁ ବଡ଼ପଣ୍ଡା, କର୍ଲାମୁଣ୍ଡା ସଭାପତି ଲୋକନାଥ ଗହୀର, ଦକ୍ଷିଣ ଭାଗ ପ୍ରଶିକ୍ଷଣ ପ୍ରମୁଖ ଟିକେଶ୍ବର ମାଝୀ, ଭବାନୀ ଅଞ୍ଚଳ ଗତିବିଧି ପ୍ରମୁଖ ଘନଶ୍ୟାମ ଭାଟି, ବ୍ଯାସ କଥା ପ୍ରମୁଖ ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ଥିଲେ। ପାଞ୍ଚଦିନିଆ ପ୍ରଶିକ୍ଷଣରେ ନବରଙ୍ଗପୁର ର ନିର୍ମଳ ପ୍ରଧାନ, ରାଇଘର ର ରାମନାଥ ଗଣ୍ଡ, ଡାବୁ ଗାଁର ପିତମ ଭତ୍ରା, ଝରି ଗାଁର ବାବୁଲାଲ ଜଗତ,ରାଇକିଆ ର ଆଲୋକ ପ୍ରଧାନ, ତୁମୁଡ଼ିବନ୍ଧ ର ଉପେନ୍ଦ୍ର ଭଞ୍ଜ, ବାଲିଶଙ୍କରା, ସୁନ୍ଦରଗଡ଼ର ଦୀନେଶ ନାଏକ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମ-ରାମପୁର ସଂଚ ପ୍ରମୁଖ ଅଞ୍ଜନ ପାତ୍ର କାର୍ଯ୍ୟକ୍ରମର ତତ୍ତ୍ବାବଧାନ ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ବ୍ଲକ୍ ର ପଚାଶରୁ ଉର୍ଦ୍ଧ୍ବ ଆଚାର୍ଯ୍ଯ ଓ ଆଚାର୍ଯ୍ଯା ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.