ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ 

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ବାଳକୃଷ୍ଣ ଚର୍ଚ୍ଚି): ତୁମୁଡିବନ୍ଧ ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗରୁ ଅଫିସର ମାନେ ଉପସ୍ଥିତ ଥିଲେ। ଏହି ଶୁଣାଣୀରେ ମୋଟ ୭୦ଟି ଅଭିଯୋଗ ଆସିଥିବା ବେଳେ ପାଖପାଖି ୨୦ଟି ସାମୁହିକ ଏବଂ ୫୦ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିଲା। ମୁଖ୍ୟତଃ ରାସ୍ତାଘାଟ, ବିଦ୍ୟୁତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବେଲଘର ନିର୍ମାଣ ଧୀନ ରାସ୍ତାକୁ ନେଇ ଅଭଯୋଗ ଆସିଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବେଦ ଭୂଷଣ, କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ପିଡି କନ୍ଧମାଳ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.