ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସ୍ବୟଂ ସର୍ବଜିତ୍ ତ୍ରିପାଠୀ ଏନ୍ଆରଟିଏସ୍ ପରୀକ୍ଷାରେ ବାଣପୁର ବ୍ଲକରେ‌ ପ୍ରଥମ, ଜିଲ୍ଲାରେ ତୃତୀୟ

ଓଡ଼ିଆ ବାର୍ତ୍ତା/ ବାଣପୁର: ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମେଧାବୀ ଛାତ୍ର ସ୍ବୟଂ ସର୍ବଜିତ୍ ତ୍ରିପାଠୀ ୨୦୨୫-୨୦୨୬ ଶିକ୍ଷାବର୍ଷରେ ଏନ୍ଆରଟିଏସ୍ ପରୀକ୍ଷାରେ ବାଣପୁର ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ଥଳେ ଖୋର୍ଦ୍ଧା ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରି ନିଜ ଅଞ୍ଚଳକୁ ଗୌରବାନ୍ବିତ କରିଛନ୍ତି। ସେ ବାଣପୁର‌‌ ବିଜ୍ଞାପିତ ଅଞ୍ଚଳ ପରିଷଦର ତୁଳସୀଦେଈପୁର ଶାସନ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିନାୟକ ତ୍ରିପାଠୀଙ୍କ ନାତି ତଥା ବାଲୁଗାଁ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ସୁବ୍ରତ କୁମାର ତ୍ରିପାଠୀ ଓ ଭେଟେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ମୃତିଶିକ୍ତା ନନ୍ଦଙ୍କ ସୁପୁତ୍ର ଅଟନ୍ତି। ପୂର୍ବରୁ ସେ ତୃତୀୟ ମେଧାବୃତ୍ତି,ପଞ୍ଚମ ମେଧାବୃତ୍ତି,ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇଥିଲେ। ଏଥିପାଇଁ ସ୍ବୟଂ ସର୍ବଜିତ୍ ତ୍ରିପାଠୀଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପାଇଁ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ, ପିତାମାତା, ଅଜାଆଈ ଓ ପରିବାରବର୍ଗଙ୍କୁ ସଫଳତାର ଶ୍ରେୟ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.