କଳାହାଣ୍ଡିର ୬ ସାମ୍ବାଦିକଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମ୍ବାଦ ପରିବେଷଣ କରି ସାଧାରଣ ଜନତାଙ୍କ ସ୍ବରକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚେଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା କଳାହାଣ୍ଡିର ୬ଜଣ ସାମ୍ବାଦିକ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବରେ ସମ୍ବର୍ଦ୍ଧିତ ହେବେ। ନଭେମ୍ୱର ୧୩ରୁ ୧୫ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଆୟୋଜିତ ଗୋସିଙ୍ଗ ଦୈତ୍ୟ ଦରବାରରେ ବରିଷ୍ଠ ସାମ୍ବାଦିକ ତଥା ନର୍ଲା ସମୟ ପ୍ରତିନିଧି ଦିପକ କୁମାର ଠାକୁର, ନନ୍ଦିଘୋଷ ଟିଭିର ଧର୍ମଗଡ଼ ପ୍ରତିନିଧି ବାଳକୃଷ୍ଣ ନାଏକ, କ୍ରାନ୍ତି ବାର୍ତ୍ତା ସଂପାଦକ ଗୋପାଳ ଦାସ ମହାନନ୍ଦ, ଓଡ଼ିଆ ବାର୍ତ୍ତାର କୋକସରା ପ୍ରତିନିଧି ହିରଣ୍ୟ ବେହେରା,  ଓଡ଼ିଶା ଭାସ୍କରର ନର୍ଲା ପ୍ରତିନିଧି ତ୍ରିଲୋଚନ ଗଉଡ ଏବଂ ଆଜିକାଲିର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିରଞ୍ଚି କରୁଆଁଙ୍କୁ  ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି। ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୟ ଖବରକାଗଜର ନର୍ଲା ପ୍ରତିନିଧି ଭାବେ କାର୍ଯ୍ୟକରି ଆସୁଛନ୍ତି ଦିପକ କୁମାର ଠାକୁର। ନର୍ଲା ପ୍ରେସ କ୍ଲବର ସଭାପତି ରହିବା ସହ ସ୍ଥାନୀୟ ଖବର ପରିବେଷଣ ପାଇଁ ସେ ଜନତାଙ୍କ ଦ୍ବାରା ବେଶ ଆଦୃତ ହୋଇ ପାରିଛନ୍ତି। ନନ୍ଦିଘୋଷ ଟିଭିର ଧର୍ମଗଡ଼ ପ୍ରତିନିଧି ଭାବେ କାର୍ଯ୍ୟରତ ବାଳକୃଷ୍ଣ ନାଏକ ଅନେକ ଗଣମାଧ୍ୟମରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଜଣେ ନିର୍ଭିକ ପତ୍ରକାର ଭାବେ ସେ ନିଜ ଅଞ୍ଚଳର କୋଣ ଅନୁକୋଣରେ ପହଞ୍ଚି ଜନସାଧାରଣଙ୍କ କଥାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇଥାନ୍ତି। ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ସାଧାରଣ ସମ୍ପାଦକ ଥିବାବେଳେ ସେ ନିଜସ୍ଵ ଓ୍ବେବ ପୋର୍ଟାଲ କ୍ରାନ୍ତି ବାର୍ତ୍ତାର ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ଶ୍ରୀ ମହାନନ୍ଦ ଜଣେ ସୁଦକ ମଞ୍ଚ ଉଦଘୋଷକ ଭାବେ ଖ୍ୟାତି ଅର୍ଜନ କରିଥିବାବେଳେ ବିଭିନ୍ନ ସଂଗଠନ ସହ ଜଡ଼ିତ ରହି ସମାଜସେବା କରି ଆସୁଛନ୍ତି। ସେହିପରି ଭାବେ ହିରଣ୍ୟ ବେହେରା ଜଣେ ଯୁବ ସାମ୍ବାଦିକ, ସୁସଂଗଠକ, କଳାକାର, କ୍ରିଡ଼ା ଉଦଘୋଷକ ଓ ସମାଜସେବୀ ଭାବରେ ସୁପରିଚିତ। ଶ୍ରୀ ବେହେରା ୨୦୧୭ରୁ ବର୍ତ୍ତମାନ ଯାଏଁ ଓଡ଼ିଆ ବାର୍ତ୍ତାର କୋକସରା ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଛନ୍ତି। ତ୍ରିଲୋଚନ ଗଉଡ ଜଣେ ନିରପେକ୍ଷ ଖବରଦାତା ଭାବେ ସୁପରିଚିତ। ଦୀର୍ଘ ବର୍ଷ ଧରି ସେ ଓଡ଼ିଶା ଭାସ୍କରର ନର୍ଲା ପ୍ରତିନିଧି ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ସେହିପରି ଭାବେ ‘ଆଜିକାଲି’ ଦୈନିକ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଥିବା ବିରଞ୍ଚି କରୁଆଁ ଜଣେ ଯୁବ ସାମ୍ବାଦିକ ଭାବେ ଜନତାଙ୍କ ସ୍ବରକୁ ପ୍ରଶାସନ ପାଖରେ ପ୍ରଭାବି ଢଙ୍ଗରେ ଉପସ୍ଥାପନ କରି ଆସୁଛନ୍ତି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହିତ ଜଡିତ ରହି  ବିଭିନ୍ନ ସମସ୍ୟା ସମ୍ପର୍କିତ ଓ ଦୁର୍ନୀତି ବିରୋଧୀ ତଥା ତଥ୍ୟ ଭିତ୍ତିକ କଲମ ଚାଳନା କରି ଏହି ସାମ୍ବାଦିକମାନେ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶରେ ଏକ ବିପ୍ଳବ ଆଣି ପାରିଛନ୍ତି। ତେଣୁ କୁମାରସ୍ବାମୀ ମହୋତ୍ସବ ଅବସରରେ ଏହି ଅନନ୍ୟ ପ୍ରତିଭାଦୀପ୍ତ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.