ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ନର୍ଲା ବ୍ଳକ ପକ୍ଷରୁ ବିଶାଳ ରାଲି ସହ ସମ୍ବିଧାନ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଲ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ନର୍ଲା ବ୍ଳକ ସଭାପତି ଧିମାନ୍ ରଘୁନାଥ ଦୀପଙ୍କ ନେତୃତ୍ବରେ ସମ୍ବିଧାନ ଦିବସକୁ ବିଶାଳ ବାଇକ୍ ରାଲି ମାଧ୍ୟମରେ ପାଳନ କରାଯାଇଛି। ବାଇକ୍ ରାଲିଟି ନର୍ଲା ଚାରି ଛକ ଠାରୁ ଆରମ୍ଭ ହୋଇ ସର୍ଗିଗୁଡା ନର୍ଲାରୋଡ଼ ଦେଇ  ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ନୁତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ନର୍ଲା ବିଡ଼ିଓ ବିପିନ ବିହାରୀ ଦିପଙ୍କୁ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ନର୍ଲା ବ୍ଳକ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ବାଇକ୍ ରାଲି ଦେହେଲି, ପିପଲ୍ପଦର, ବାଗପୁର, ବାଲିପଡା ହୋଇ ତୁଲାପଡାରେ ପହଞ୍ଚି ଥିଲା। ସେଠାରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ହୋଇ ରାଲିକୁ ସ୍ବାଗତ ଜଣାଇଥିଲେ। ତୁଲାପଡାରେ ସମ୍ବିଧାନ ପ୍ରଣେତା ଡଃ ବି ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା। ସମ୍ବିଧାନ ବିଷୟରେ ମୂଖ୍ୟ ବକ୍ତା ଲବ କରୁଆଁ ଅଭିଭାଷଣ ରଖିଥିଲେ। ତାପରେ ପୁଣି ବାଇକ୍ ରାଲି ବାଲିପଡା, ଗୁଡାଙ୍ଗଗୁଛା, ଭଟ୍ଟା ଖମାରୀ, ତିତକେଲା, ରୁପ୍ରା, କର୍ମେଗାଁ, ଖମ୍ ପଡା, ନୁଆପଡା ଦେଇ ଲାଖପଦର ଗାଁରେ ପହଞ୍ଚିଥିଲା। ସେଠାରେ ତିରିଶି ମିନିଟ ଧରି ବକ୍ତାମାନେ ସମ୍ବିଧାନ ଉପରେ ଭାଷଣ ଦେଇଥିଲେ। ଏହିପରି ଭାବରେ ଏହି ବାଇକ୍ ରାଲି  ଅନେକ ପଞ୍ଚାୟତ ପରିକ୍ରମା କରିଥିଲା। ଏହି ସମ୍ବିଧାନ ଦିବସର ମୂଖ୍ୟ ଅତିଥି ଥିଲେ ସମାଜସେବୀ ତଥା ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ହରି ଶଙ୍କର ମାଝୀ। ମୂଖ୍ୟ ବକ୍ତା ଭାବେ ବହୁଜନ ମୁକ୍ତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଧିମାନ୍ ଲବ କରୁଆଁ, ସଂଗଠନର ଉପସଭାପତି ସୈଲ କୁମାର, ନରୋତ୍ତମ କରୁଆ, ସମ୍ପାଦକ ଜୟ ବିଭାର, କୋଷାଧ୍ୟକ୍ଷ ଧିମାନ୍ ପଦ୍ମନ ସେନାପତି, ଉପଦେଷ୍ଟା ମୂଖ୍ୟ ଧିମାନ୍ ଧରମ୍ କୁମାର ତାଣ୍ଡି, ଅଲ୍ ଓଡିଶା ସିଡୁଳ୍ଡ କାଷ୍ଟ୍ ଫେଡେରେସନ୍ ଜିଲ୍ଲା ମହିଳା ଵିଭାଗ ମୂଖ୍ୟା ସୁଭଦ୍ରା ଶେକ୍ ଆଜାଦ, ବବୃଵାହାନ ବାଗ, ପ୍ରଭାତ ଶେକ୍ ଆଜାଦ, ଗାଡେଵନ୍ଧ ସରପଞ୍ଚଙ୍କ ପ୍ରତିନିଧି କେଶୋରୀ ବାଗ, ଯୁବ ମୂଖ୍ୟ ଧିମାନ୍ ଦିଲ୍ ଦିଓ ଘର୍ଡା, ଭିକାରୀ ଚରଣ ସେନାଓଞଲୀ ତାଣ୍ଡି ତଥା ବହୁତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ। ପରେ ସମସ୍ତଙ୍କୁ ସଭାପତି ଧିମାନ ରଘୁନାଥ ଦୀପ୍ ଧନ୍ୟବାଦ ଅର୍ପଣ କରି ରାଲି ସମାପନ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.