ମିଲାପ ବାଇ ପାଖରେ ପହଞ୍ଚିଲା ବ୍ଲକ ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକର ମିଲାପ ବାଇଙ୍କ ପରିବାର ପଲିଥିନ ତଳେ ଜୀବନ ବିତାଊଥିବା ଜୀବନ ଶୀର୍ଷକ ବିଷୟରେ ଓଡ଼ିଆ ବାର୍ତ୍ତା ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିବା ଖବର ପାଇ ଜୟପାଟଣା ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ମିଲାପ ବାଇଙ୍କ ପାଖରେ ପହଞ୍ଚିଛନ୍ତି। ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିର୍ଦ୍ଦେଶ କ୍ରମେ ଜୟପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାଦ୍ରି ମେହେର ମିଲାପ ବାଇ ପରିବାର ପାଖକୁ ଯାଇ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଏବଂ ଜୟପାଟଣା ଗ୍ରାମ ପଞ୍ଚାୟତ ତରଫରୁ କମ୍ବଳ ପ୍ରଦାନ କରିଥିଲେ। ଏନେଇ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କୁ ପଚାରିବାରୁ ତହସିଲଦାରଙ୍କ ସହିତ କଥା ହେଇଥିବା ପ୍ରକାଶ କରି ବସୁନ୍ଧରା ଯୋଜନାରେ ଜାଗା ଟିଏ ଯୋଗାଇ ଦେବା ସହିତ ଜାଗା ମିଳିଲେ ସାଙ୍ଗେ ସାଙ୍ଗେ ଘର ଯୋଗାଇଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଶୀଘ୍ର ଘର ଯୋଗାଦେବା ପାଇଁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.