ଯୁବକଙ୍କ ମୃତ ଦେହ ଉଦ୍ଧାର, ସହରରେ ଚାଞ୍ଚଲ୍ୟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ମଧ୍ୟ ରାତିରେ ଯୁବକଙ୍କୁ ହତ୍ୟା ବଲାଙ୍ଗିର ସହରରେ ଚାଞ୍ଚଲ୍ୟ । ବଲାଙ୍ଗିର ସହର ସତ୍ୟନାରାୟଣ ପଡ଼ା ସ୍ଥିତ ଲକ୍ଷ୍ମୀ ଜୋର୍ ବ୍ରିଜ ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ଗେଟ୍ ସରୋବର ପଡ଼ାର ଚିଣ୍ଟୁ କରନ ।

Omkar Vasthu
Omkar Vasthu

ମିଳିଥିବା ସୂଚନା ଅନୁସାରେ ଗତକାଲି ସିତୁ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହିତ ଚିଣ୍ଟୁ ଘରୁ ବାହାରକୁ ଯାଇଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପରିବାର ଲୋକେ ଫୋନ୍ କରୁଥିଲେ ହେଁ ସିତୁ ଫୋନ୍ ଉଠାଇଥିଲେ ଏବଂ ତାଙ୍କୁ ଶୀଘ୍ର ଘରେ ପହଞ୍ଚାଉଛି ବୋଲି କହିଥିଲେ । ଏହା ପରେ ରାତି ପ୍ରାୟ ୧.୩୦ ମିନିଟ ସମୟରେ ସିତୁ ତାଙ୍କର ଘରକୁ ଆସି ଚିଣ୍ଟୁକୁ ଏକ ଗାଡ଼ି ଧକ୍କା ଦେଇଥିବା କହିଥିଲେ । ପରିବାର ଲୋକେ ଯାଇ ଦେଖିବାରୁ ତାଙ୍କର ମୃତଦେହ ଲକ୍ଷ୍ମିଯୋର୍ ବ୍ରିଜ ଉପରେ ପଡ଼ିଥିଲା । ଏବଂ ତାଙ୍କର ପାଖରେ ୪ ଜଣ ପିଲା ଛିଡ଼ା ହୋଇଥିଲେ । ପରିବାର ଲୋକଙ୍କୁ ଦେଖିବା ପରେ ସେମାନେ ଦୌଡ଼ି ପଳାଇଥିଲେ ବୋଲି ଚିଣ୍ଟୁଙ୍କ ଭାଇ ମଣ୍ଟୁ କରନ କହିଛନ୍ତି । ତେବେ ଏହା ହତ୍ୟା ବୋଲି ସେ ଅଭିଯୋଗ ଆଣିବା ସହିତ ଦୋଷୀ ମାନଙ୍କୁ ଧରିବାକୁ ଦାବି କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଖବରପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ ଚଳାଇଛି । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାସ୍ଥଳରେ ସାଇନ୍ ଟିଫିକ ଟିମ ପହଞ୍ଚିଥିବା ଏସଡିପିଓ କହିଛନ୍ତି । ତେବେ ଗ୍ୟାଙ୍ଗ ୱାର ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି । ଟାଉନ ପୋଲିସ ଜଣକୁ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି । ଏହି ଘଟଣା ପଛରେ ଆଉ କାହାର ସମ୍ପୃକ୍ତି ରହିଛି ବିଭିନ୍ନ ଦିଗରୁ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଅତୀ ଶୀଘ୍ର ଏହି ଘଟଣାର ପର୍ଦ୍ଧାଫାଶ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.