ନର୍ଲା ହାଇସ୍କୁଲ ୧୯୯୫ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମରକଟାର ବାଞ୍ଜିନାଲ ଠାରେ ନର୍ଲା ହାଇସ୍କୁଲ ୧୯୯୫ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ୱାଦିକ ଦୀପକ କୁମାର ଠାକୁରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ଧୁମାନେ ଯୋଗ ଦେଇଥିଲେ। ବହୁଦିନ ବ୍ୟବଧାନ ପରେ ବର୍ଷକୁ ଥରେ ବନ୍ଧୁ ମିଳନ ହୋଇଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି। ଏହି ବନ୍ଧୁ ମିଳନରେ ସମ୍ବଲପୁରର ଏ.ଏସ୍.ସି.ଓ ଅଜୟ କୁମାର ଚାନ୍ଦ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବରିଷ୍ଠ ଶିକ୍ଷକ ଲଳିତ ମାଝୀ, ବରିଷ୍ଠ ଶିକ୍ଷକ ଯୁଧିଷ୍ଟିର ମାଝୀ, ସାମ୍ୱାଦିକ ନିରଞ୍ଜନ ଗଉଡ଼, ବରିଷ୍ଠ କିରାଣୀ ଖିତିଶ ଚନ୍ଦ୍ର ପୋଢ଼, ବେଦାନ୍ତରେ କାର୍ଯ୍ୟ କରୁଥିବା କର୍ମଚାରି ଦୈତାରି ବାଗ, ଲାଞ୍ଜିଗଡ଼ର ଚାଷୀ ମନୋଜ ବେହେରା, ପ୍ରିୟବ୍ରତ ଚାନ୍ଦ, ସମିତି ସଭ୍ୟ ସୁଦାମ ଝାଙ୍କର,  ପ୍ରଦୀପ ଚନ୍ଦନ, ଯୁବ ନେତା ଲୋହିତ ପ୍ରସାଦ ଭୋଇ, ଉତ୍ତମ କୃଷକ କୀର୍ତ୍ତି ଭୋଇଙ୍କ ସହ ୨୫ ରୁ ଉର୍ଦ୍ଧ୍ୱ ବନ୍ଧୁ ଯୋଗ ଦେଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.