ରିଷିଗାଁ ହାଇସ୍କୁଲରେ କ୍ରୀଡା ଓ ବାର୍ଷିକ ଉତ୍ସବ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅଧିନସ୍ଥ ରିଷିଗାଁ ଉଚ୍ଚ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗୀତା ଓ ବାର୍ଷିକ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଦୀର୍ଘ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା ତଥା ବାର୍ଷିକ ଉତ୍ସବ ଉଦ୍ଘାଟନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମହାନ୍ତି ମଶାଲ ଶୋଭା ଯାତ୍ରାରେ ନେତୃତ୍ଵ ନେବା ସହ ପତାକା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରିଷିଗାଁ ସରପଞ୍ଚ ବିନୋଦିନୀ ବେହେରା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷା ନିର୍ମଳା ନାଏକ ଯୋଗ ଦେଇଥିଲେ। ପରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡି.ପି.ଇ.ଓ. ରୂପ ସିଂ ରାଉତ, ମହେନ୍ଦ୍ର କୁମାର ପଣ୍ଡା (Ex.IPE) , ମୁଖ୍ୟବକ୍ତା ଭାବେ ପ୍ରକାଶ ନିଶାଙ୍କ ପ୍ରଧାନ ଶିକ୍ଷକ ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ ବୋରଡା ,ସମ୍ମାନିତ ଅତିଥି ଭାବେ ଜୟ କୁମାର ମାଝୀ ଏବିଇଓ ଭବାନୀପାଟଣା, ରିଷିଗାଁ ସି.ଆର.ସି.ସି. ବୈକୁଣ୍ଠ ବେମାଲ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ଶୋଭାବର୍ଦ୍ଧନ କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶାତ୍ମକ ଭାଷଣ ପ୍ରଦାନ କରି ବିଭିନ୍ନ ପ୍ରତୀଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଗତ ଭାଷଣ ଓ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ।କାର୍ଯ୍ୟକ୍ରମକୁ ଆଲୋକ କୁମାର ବେହେରା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ତୃପ୍ତି ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। କ୍ରୀଡ଼ା ଶିକ୍ଷକ ସତ୍ୟ ନାରାୟଣ ନାଗ ସକ୍ରୀୟ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଲିମରତ ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କ ମିଳିତଭାବେ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.