ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସ୍ଥିତ କୁସୁର୍ଲା ଗ୍ରାମର ଗୋକୁଳ ସାହୁ ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ସାହୁ ସେମାନଙ୍କ କନିଷ୍ଟ ପୁତ୍ର ଆୟୁଷ କୁମାରଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି। ସେ ତାଙ୍କ ଶଶୁର ଘର ବାଞ୍ଜିପଦର୍ ଗ୍ରାମର ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ଖଣ୍ଡିଏ ଲେଖାଏଁ ଗାମୁଛା ଦେଇ ନିଜ ଶିଶୁର ଉଜ୍ଜଳ ଭବିଷ୍ୟତ ପାଇଁ ସମସ୍ତଙ୍କ ଆଶ୍ରିବାଦ୍ କାମନା କରିଥିଲେ। ଏଥିରେ ବରିଷ୍ଠ ନାଗରିକ ଲକ୍ଷ୍ୟ ସାହୁ, ଉଜ୍ଜଳ ସାହୁ, ଉମାକାନ୍ତ କାଇଁକ, ଲକ୍ଷ୍ମୀ, ଲିଙ୍ଗରାଜ, ନବିନ, ଉର୍ତ୍ତି, ଦୂତିଆ, ଉପୀନ, ଲାଲସାହେବ, ପ୍ରଶାନ୍ତ, ସୁଶାନ୍ତ, ଛନ୍ଦାଚରଣ, ଲକ୍ଷ୍ମଣ, ସମାରୁ, ଲୋକନାଥ, ବିଦ୍ୟାଧର, ବୃନ୍ଦାବନ, ଅଜିତ, ରକ୍ଷାକର ସାହୁ ପ୍ରମୁଖ ଉପସ୍ଥିତ ରହି ଶିଶୁପୁତ୍ରର ଉଜ୍ଜଳ ଭବିଷ୍ୟତ ନିମିତ୍ତ ଆଶୀର୍ବାଦ ପ୍ରଦାନ କରିଥିଲେ।