ବକଟପୁର ଠାରେ ପାଣି ପାଇଁ ରାସ୍ତାରୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଏବେଠାରୁ ଦେଖାଦେଲାଣି ପାଣି ସମସ୍ୟା। ଧୀରେ ଧୀରେ ତାପମାତ୍ରା ବଢ଼ିବା ସାଙ୍ଗକୁ ନଦୀ ନାଳର ପାଣି ଶୁଖିବାକୁ ଲାଗିଛି। ଏବେଠାରୁ ଜଳ କଷ୍ଟ ଭୋଗିଲେଣି ଲୋକେ। ଏହାକୁ ନେଇ ଗୁରୁବାର ପୋଖରୀବନ୍ଧ ପଞ୍ଚାୟତ ବକଟପୁର ଗ୍ରାମର ମହିଳା ମାନେ ରାସ୍ତା ଅବରୋଧ କରିଥିଲେ। ତେବେ ଦିର୍ଘ ୨ ଘଣ୍ଟା ପରେ ସ୍ବାଭାବିକ ହୋଇଥିଲା ରାସ୍ତା ଅବରୋଧ। ସୂଚନାଯୋଗ୍ୟ ବକଟପୁର ଗାଁରେ ଦୁଇ ଦିନ ଧରି ପିଇବା ପାଣି ମିଳୁନଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଆଜି ପୋଖରୀବନ୍ଧରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ମହିଳାମାନେ ଗରା ବାଲ୍ଟି ରଖି ରାସ୍ତା ରୋକ କରିଥିଲେ। ଫଳରେ ପୋଖରୀବନ୍ଧ-ଲାଞ୍ଜିଗଡ଼ ଯାତାୟତ ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ଏହାର ଖବର ପାଇ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ ବ୍ଲକ ଅଧ୍ଯକ୍ଷା କମଳା ପାତ୍ର, ପାନୀୟ ଜଳ ବିଭାଗ ସହକାରୀ ଯନ୍ତ୍ରୀ ଦଶମତ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ଉଠିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.