ପେଣ୍ଡରାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ପେଣ୍ଡରାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗୌରହରି ନାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୀତାଞ୍ଜଳି ପଣ୍ଡା ଓ ପୂର୍ବତନ ସରପଞ୍ଚ ସତ୍ୟ ପଣ୍ଡା, ମୁଖ୍ୟ ବକ୍ତା ଭାବେ ସୁରେଶ ଚନ୍ଦ୍ର ଖେତୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁମନ୍ତ ଯାନୀ, ହରିଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସମସ୍ତ ଅତିଥି ତଥା ସଭାପତି ନିଜର ବହୁମୂଲ୍ୟ ଅଭିବ୍ୟକ୍ତି କରି ଛାତ୍ରଛାତ୍ରୀ ମାନକୁ ସୃଜନଶୀଳ ବିକାଶ ଦିଗରେ କାର୍ଯ୍ୟକ୍ରମ କରିବା ପାଇଁ ମତ ପ୍ରକାଶ କରିଥିଲେ। ବାର୍ଷିକ କ୍ରୀଡ଼ାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ ସହ ମେଡାଲ ପ୍ରଦାନ କରାଯାଇଥିଲା। ଚଳିତ ଶିକ୍ଷାବର୍ଷର ପ୍ରଥମ ପୁରସ୍କାର ପ୍ରତିମା ବାଗ ଓ ପୁଷ୍ପାଞ୍ଜଳୀ ମନହୀରା, ସ୍ଵଛସେବୀ ଛାତ୍ର ଉମେଶ ବଗର୍ତ୍ତୀ ସ୍ବତନ୍ତ୍ର ଭାବରେ ଅତିଥିମାନଙ୍କ ଦ୍ଵାରା ସମ୍ମର୍ଦ୍ଧିତ ହୋଇଥଲେ। ଅର୍ଚ୍ଚନା ହୋତା ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମନୋରମା ରଣା। କୋଶଲ୍ୟ ପ୍ରଧାନ ସକ୍ରିୟ ଭାବେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.