ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ଥାନା ଅନ୍ତର୍ଗତ ଚିଚେଇଗୁଡ଼ା ଗ୍ରାମ ବୁଲାଣି ନିକଟରେ ଆଜି ସନ୍ଧ୍ୟାରେ ଏକ କାର ଓ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଛି I କାର ବାଇକ୍ ଦୁର୍ଘଟଣା ହେବା ଫଳ ଳରେ ବାଇକ୍ ଆରୋହୀ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ମତେ ବୁଲେଟ୍ (OD08U6103) ରେ ଦୁଇ ଜଣ ଯୁବକ ଧର୍ମଗଡ଼ ପଟୁ ଆସୁଥିବା ବେଳେ ଜୁନାଗଡ ପଟୁ ଏକ କ୍ରେଟା କାର (OD08T3707) ଯାଉଥିବା ବେଳେ ଚିଚେଇଗୁଡା ଛକ ଠାରେ ମୁହାଁ ମୁହିଁ ଧକ୍କା ହୋଇଥିଲା I ଧକ୍କା ହେବା ଫଳରେ ବୁଲେଟ୍ ଆରୋହୀ ଦୁଇ ଜଣ ଗୁରୁତର ହୋଇଥିବା ଜଣାଯାଇଛି I ଗୁରୁତର ଦୁଇ ଜଣଙ୍କୁ ପ୍ରଥମେ ଜୁନାଗଡ ଡାକ୍ତର ଖାନାକୁ ଓ ପରେ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା I ଗୁରୁତର ବାଇକ୍ ଆରୋହୀ ଦୁଇଜଣ ଭବାନିପାଟଣାର ହୋଇଥିବାର ସୂଚନା ମିଳିଛି । ଜୁନାଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଓ ବୁଲେଟକୁ ଜବତ କରି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।