ସୁବର୍ଣ୍ଣପୁର ପୋଲିସର ସଫଳତା; ଗଞ୍ଜେଇ ସହ କାର ଜବତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିଦୁରୁପାଲି ଛକ ନିକଟରେ ଆଜି କାର ସହ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି ସୁବର୍ଣ୍ଣପୁର ପୋଲିସ। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ସୋନପୁର ପଟରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା। ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ବୀରମହାରାଜପୁର ପୋଲିସ ଟିମ୍ ଉକ୍ତ କାରର ପିଛା କରିଥିଲେ। ତେବେ କାରଟି ହିକୁଡି ଛକରେ ଏକ ଲାଇଟ ଖୁମ୍ବକୁ ଧକ୍କା ଦେଇ ଫେରାର ମାରିଥିଲା। ପୋଲିସ ତାର ପିଛା କରିଥିବା ବେଳେ ବିଦୁରୁପାଲି ଛକ ନିକଟରେ ଚାଳକ କାର ଛାଡ଼ି ଦେଇ ଫେରାର ମାରିଥିବା ସୁଚନା ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ ସମୟରେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ତଥା ତହସିଲଦାର ମମତା ମେହେର ଏବଂ ପୋଲିସ ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ ୬୫ କେଜି ୮୬୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା। ତେବେ କାରରେ ଆଉ କେତେ ଜଣ ଅଭିଯୁକ୍ତ ଥିଲେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପ୍ରକାଶ ଥାଉ କି ଯେ ଜିଲ୍ଲାରେ ଗଞ୍ଜେଇ ଓ ଗୋ ଚାଲାଣକୁ ସମ୍ପୂର୍ଣ୍ଣ ରୋକିବାକୁ ନୂତନ ଏସପି ଶ୍ରୀ ନାୟକ ପ୍ରତିଶୁତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.