ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ସହରର ଭିଶାଲ ମେଗା ମାର୍ଟ ସଂସ୍ଥା ଏକ୍ସପାଇରି ଖାଦ୍ୟ ଦ୍ରବ୍ୟ ବିକ୍ରି ଅଭିଯୋଗରେ ଲକ୍ଷେ ଟଙ୍କା ଜୋରିମାନା ଗଣିଛି । ସୂଚନା ମୁତାବକ ଗତ ୧୪ ତାରିଖ ଦିନ ଜଣେ ଗ୍ରାହକ ସଂଗ୍ରାମ ପଟ୍ଟନାୟକ ୨୭୨ ଟଙ୍କା ଦେଇ ୧୦୦୦ ଗ୍ରାମର ଆଳୁ ଭୂଜିଆ କ୍ରୟ କରିଥିଲେ । କିନ୍ତୁ ତାହା ଘରକୁ ଯିବା ପରେ ଏକ୍ସପାଇରି ହୋଇଥିବା ଜାଣିଥିଲେ । ଏହାକୁ ନେଇ ଉକ୍ତ ଗ୍ରାହକ ଭିଶାଲ ମାର୍ଟର କର୍ତ୍ତୃପକ୍ଷଙ୍କୁ ବିଲ୍ ସହ ନେଇ ଅବଗତ କରାଇଥିଲେ ସୁଦ୍ଧା ଏହା ଆମେ ବିକ୍ରି କରିନାହୁଁ ବୋଲି କହି ରୋକଠୋକ ମନା କରିଦେଇଥିଲେ । ଉକ୍ତ ଘଟଣାକୁ ନେଇ ଭିଶାଲ ମାର୍ଟର ଟିମ୍ ଲିଡର ସନ୍ଦିପ ଶତପଥିଙ୍କୁ ପଚାରିବାରୁ ସେ ବିଭିନ୍ନ ବାହାନା କରି ଏଡ଼ାଇ ଦେଇଥିଲେ । ଯାହାଫଳରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଏ ନେଇ ଅବଗତ କରିବା ପରେ ସେ ଆସି ଉକ୍ତ ବିକ୍ରି ହୋଇଥିବା ଏକ୍ସପାଇରି ଖାଦ୍ୟ ଦ୍ରବ୍ୟକୁ ଯାଞ୍ଚ କରି ପରେ ୧ ଲକ୍ଷ ଜୋରିମାନା ପକାଇଥିଲେ ଓ ଏହା ସାତ ଦିନ ଭିତରେ ପଇଠ କରିବା ନେଇ ସମୟ ଦେଇଥିଲେ । ଏହା ସହ ଉକ୍ତ ମାର୍ଟରେ ଅନେକ ଖାଦ୍ୟ ଦ୍ରବ୍ୟର ଏକ୍ସପାଇରି ତାରିଖରେ ଗଡବଡ ଥିବା ଦେଖି ଆଚାର ଓ ଅନ୍ୟାନ୍ୟ ଦ୍ରବ୍ୟକୁ ନିଜ ସହ ନେଇ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ଦେଇଥିଲେ । ଏହା ସହ ଉକ୍ତ ମାର୍ଟ ରାସ୍ତା କଡ଼ରେ ଥିବା ବେଳେ ରାସ୍ତା ଉପର ଦେଇ ତିଆରି କରିଥିବା ଦେଖିବା ସହ ଡ୍ରେନ ଉପରେ ଟାଇଲସ୍ ପକେଇ ନିଜ ଅକ୍ତିଆରରେ ରଖିଥିବା ନେଇ ରାୟଗଡ଼ା ପୌର ପରିଷଦ କର୍ତ୍ତୁପକ୍ଷ ଆସି ଉକ୍ତ ବାର୍କେଡକୁ ହଟାଇବା ସହ ସନ୍ଧ୍ୟା ଭିତରେ ଡ୍ରେନ ଉପରୁ ଅଧିଗ୍ରହଣ ହଟାଇବା ନେଇ ଚେତାବନୀ ଦେଇଛନ୍ତି । ନଚେତ ପୌର ପରିଷଦ ତରଫରୁ ଭଙ୍ଗାଯିବ ବୋଲି ପୌର ପରିଷଦ ପକ୍ଷରୁ ଶୁଳ୍କ ଅଧିକାରୀ ବାବୁଲି ଦାଶ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।