ଚାଷୀଙ୍କ ୮ ଲକ୍ଷରୁ ଉର୍ଦ୍ଧ ଟଙ୍କାର କପା ହଡପ ଘଟଣା

କୃଷକର ଦୂଃଖ ବୁଝିବାକୁ କେହି ନାହିଁ

ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ମଧ୍ୟ ଚାଷୀ ନିରାଶ

ଲାଞ୍ଜିଗଡ଼,୪/୮ : କଳାହାଣ୍ଡିର ଧଳା ସୁନା ‘କପା’ ଉପରେ ପଡିଛି ଦଲାଲଙ୍କ ନଜର । ଗାଁ ଗଣ୍ଡାକୁ ଆସି ଏମାନେ କମ ମୂଲ୍ୟରେ କପା କିଣି ନେଉଥିବାବେଳେ ଅନେକ ସମୟରେ ଠକାମିର ଶିକାର ହେଉଛନ୍ତି ଚାଷୀକୂଳ । ସରକାରୀ ସ୍ଥରରେ ଉତ୍ତମ ବିକ୍ରିବଟା ଅଭାବରୁ ଏହି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ପ୍ରଶାସନର ନଜର ନାହିଁ ।  ଗତବର୍ଷ ଲାଞ୍ଜିଗଡ଼ ଅଂଚଳରେ କଳାହାଣ୍ଡି ଜିଲ୍ଲା କର୍ଲ।ପଡ଼ା ଥାନା ଅନ୍ତର୍ଗତ ଚଗାଁର କପା ବ୍ୟବସାୟୀ ଡୁଲେଶ୍ୱର ସାହୁ ଲାଞ୍ଜିଗଡ଼ ଅଞ୍ଚଳରେ ଆସି ଛତ୍ରପୁର ପଞ୍ଚାୟତ ଭାଟଗୁଡା ଗ୍ରାମର ପଦ୍ମ ଲୋଚନ ସାହୁଙ୍କ ଜରିଆରେ ୭୮ଟ୍ରକ କପା ଚାଷୀ ମାନଙ୍କଠାରୁ କିଣି ନେଇଥିଲେ। ଶେଷ ସମୟରେ ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତର ସାତ ଜଣ କପା ଚାଷୀଙ୍କ ପଇସା ହଡପ କରି ଥିବା ଅଭିଯୋଗ ହୋଇଥିଲା।

କପା ଚାଷୀ ମଦନ ସାହୁଙ୍କ ୪୩ କୁଇଣ୍ଟାଲ୍ ୯୭ କିଲୋର ୨ଲକ୍ଷ ୨୦ହଜାର ଟଙ୍କାରୁ ୫୦ ହଜାର ଟଙ୍କା ଦେଇ ଥିବାବେଳେ ଶ୍ରୀଧର ସାହୁ ୩୨ କୁଇଣ୍ଟାଲ୍ ୪୮ କିଲୋର ୧ଲକ୍ଷ ୯୨ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ପାଇଥିଲେ । ପଦ୍ମନ ସାହୁଙ୍କ ୮୩ କୁଇଣ୍ଟାଲ୍ର ୪ ଲକ୍ଷ ୧୫ ହଜାର ମଧ୍ୟରୁ କିଛିପାଇ ନ ଥିବାବେଳେ ଚନ୍ଦ୍ର ଶେଖର ହରିଜନଙ୍କ ୧୧ କୁଇଣ୍ଟାଲ୍ ୯୮ କିଲୋର ୫୧ ହଜାର ୫୦୦ ଟଙ୍କାରୁ ୨୦ହଜାର ଟଙ୍କା ପାଇଥିଲେ।ସେହିପରି ବିଘ୍ନ ପରାଭୋଇଙ୍କ ୧୧ କୁଇଣ୍ଟାଲ୍ ୫୬ କିଲୋର ୫୭ ହଜାର ୮ଶହ ଟଙ୍କାରୁ କିଛି ମଧ୍ୟ ପାଇନ ଥିବା ବେଳେ ବି. ରମେଶଙ୍କ ୭୫ କୁଇଣ୍ଟାଲ୍ କପାର ୩ ଲକ୍ଷ ୨୨ ହଜାର ୫ଶହ ଟଙ୍କାରୁ ୩ ଲକ୍ଷ ପାଇ ଥିଲାବେଳେ ୨୨ ହଜାର ୫ଶହ ଟଙ୍କା ପାଇନ ଥିଲେ ଓ ଉଦ୍ଧବ ମାଝୀ ୬ ହଜାର ଟଙ୍କା ପାଇନ ଥିବା ଚାଷୀ ମାନେ କହିଛନ୍ତି। ସମସ୍ତ କପାଚାଷୀ ୧୨ ଲକ୍ଷ ୬୪ ହଜାର ୮ଶହ ଟଙ୍କାରୁ ମାତ୍ର ୪ ଲକ୍ଷ ୨୧ ହଜାର ଟଙ୍କା ପାଇଥିବା ବେଳେ ୮ଲକ୍ଷ ୪୩ ହଜାର ୮ ଶହ ଟଙ୍କା ନ ଦେଇ କପା ବ୍ୟବସାୟୀ ଚାଲି ଯାଇଥିଲା। ଯେତେ ଚେଷ୍ଟା କରି ଥିଲେ ମଧ୍ୟ ଚାଷୀ ପ୍ରାପ୍ୟ ପାଇ ନଥିଲେ। ଚଳିତ ବର୍ଷ ବ୍ୟବସାୟୀ ଡୁଲେଶ୍ୱର ନିଜେ ନଆସି ତାର ଜୁଆଇ କ୍ଷୀରସିନ୍ଧୁ ସାହୁ ଓ ସମ୍ପର୍କୀୟ ହରେକୃଷ୍ଣ ପୁର ଗ୍ରାମର ବିଷ ସାହୁ ଦ୍ବାରା ଲୋକଙ୍କ ଠାରୁ କପା କିଣୁଥିବା ଚାଷୀ ଜାଣିପାରି ଗତ ଫେବୃଆରୀ ୮ ତାରିଖ ଦିନ କପା ଗାଡିକୁ ହରେକୃଷ୍ଣ ପୁର ଗାଁଠାରୁ ଆଣି ଲୋଡ଼ ଟ୍ରକ (ଏମ୍ ଏଚ ୩୩ କ୍ୟୁ ୦୦୪୧) ଛାତ୍ରପୁର ପଞ୍ଚାୟତ ଭାଟଗୁଡା ଗ୍ରାମରେ ରଖିଥିଲେ। ଏହା ପରେ କ୍ଷୀରସିନ୍ଧୁ ସାହୁ ଓ ବିଷ ସାହୁ କପା ଆମେ ନିଜେ କିଣୁଛୁ କହି ଲାଞ୍ଜିଗଡ଼ ଥାନାରେ ଗତ ଫେବୃଆରୀ ୯ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଲାଞ୍ଜିଗଡ଼ ପୋଲିସ ଭାଟଗୁଡା ଗ୍ରାମକୁ ଯାଇ କପା ଲୋଡ଼ ଟ୍ରକକୁ ଜବତ ଥାନାକୁ ଆଣିଥିଲେ। ପୁଣି କପା ଚାଷୀମାନେ ଫେବୃଆରୀ ୯ ତାରିଖରେ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କଲାପରେ ପୁଲିସ ଘଟଣା ସ୍ଥଳରେ ଯାଇ ଲୋକଙ୍କୁ ପଚାରି ଥିଲେ ଲୋକେ ଡୁଲେଶ୍ୱର ହିଁ କପା ପଇସା ଦେଉଥିବା କହିଥିଲେ।

କପା ଟ୍ରକ ଲାଞ୍ଜିଗଡ଼ ଥାନାରେ ପାଞ୍ଚ ଦିନ ରହିଲା ପରେ ସମସ୍ତ ସତ୍ୟ ଘଟଣା ଜାଣି ଲାଞ୍ଜିଗଡ଼ ତହସିଲଦାର ଓ ଉପ ଜିଲ୍ଲାପାଳ ଦାଇତ୍ଵ ନେଇ ଡୁଲେଶ୍ୱର କିଣିଥିବା କପା ଟ୍ରକକୁ ଉପଜିଲାପାଳ ଦାଇତ୍ଵରେ ସିଲ କରାଗଲା ବୋଲି କପା ଚାଷୀଙ୍କୁ କହିଥିଲେ।କିଛିଦିନ ଗଲାପରେ ଚାଷୀଙ୍କୁ ଭଵାନୀପାଟଣା ଡାକି ଉପ ଜିଲ୍ଲାପାଳ ସବୁକଥା ପଚାରି ବୁଝିଥିଲେ ଓ କେଉଁ ଚାଷୀର କେତେ ଟଙ୍କା ପାଇବାର ଅଛି ପୁଣି ଲେଖିକି ଦେବାପାଇଁ କହି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଡୁଲେଶ୍ୱର ନାରେ ୪୨୦ କେସରେ ବୁକ କରିବା ପାଇଁ ଲିଖିତ ଅଭିଯୋଗ କରିବାକୁ ନିଜେ ଉପ ଜିଲ୍ଲାପାଳ ଚାଷୀଙ୍କୁ କହିଥିଲେ ବୋଲି ଚାଷୀ କହିଛନ୍ତି।

ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ ୨୦ ଫେବୃଆରୀ ୨୦୧୯ ଦିନ ଉପ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ ଚାଷୀ। ପୁଣି ଡେଢ଼ ମାସ ପରେ ପତ୍ର ନଂ ୫୩ (ବି)ରେ ସମସ୍ତ ସାତ ଜଣ କପାଚାଷୀ ଗତ ୨୯ ଏପ୍ରିଲ ୨୦୧୯ରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦିନ ୧୧ଘଣ୍ଟା ସମୟରେ ହାଜର ହେବାକୁ କହିଥିଲେ ଉପ ଜିଲ୍ଲାପାଳ।ସେଦିନ ମଧ୍ୟ ସମସ୍ତ ଚାଷୀଙ୍କୁ ପୁଣି ନିଜ ନିଜର ବକେୟା ପଇସା ବାବଦରେ ଗୋଟି ଗୋଟି କରି ଦରଖାସ୍ତ ଦେବାପାଇଁ ଚାଷୀଙ୍କୁ କହି ଖୁବଶୀଘ୍ର ବକେୟା ପଇସା ନିଜ ନିଜର ପାଇଯିବ ବୋଲି ଉପ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ବୋଲି କପା ଚାଷୀ ମାନେ କହିଛନ୍ତି। ହେଲେ ଆଜିକୁ ୩ ମାସ ବିତି ଯାଇଥିଲେ ମଧ୍ୟ ଚାଷୀ ନିଜ ବକେୟା ପଇସା ପାଇପାରିଲେ ନାହିଁ।କିପରି ଚାଷୀ ଶୀଘ୍ର ନିଜ ପଇସା ଫେରି ପାଇବେ ଏଥିପ୍ରତି ପ୍ରଶାସନଙ୍କୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଚାଷୀ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.