ସରୋଜିନୀ ବେହେରାଙ୍କ କବିତା : ଫେରିଯିବା ଅତୀତକୁ

ଫେରିଯିବା ଅତୀତକୁ

Omkar Vasthu
Omkar Vasthu

ସରୋଜିନୀ ବେହେରା (ଟିକି)

ଏଇ ତମେ ଜାଣିଛ
ମୁଁ ତୁମକୁ କେତେ ଭଲପାଏ
ଯେତେ ଭଲ ପାଇଲେ ବି
ମତେ ଲାଗେ ଯେମିତି
କଉଠି କମ ରହିଯାଉଛି
ସେଥି ପାଇଁ ପରା ନିତି
ନୂଆ ରଙ୍ଗ ନୂଆ ସ୍ୱପ୍ନ
ନେଇ ତୁମକୁ ନୂଆ ରୂପେ ଦେଖୁଛି।

Pearl dental clinic
Near Ashish Medical Store, Bhawanipatna

କେବେକେବେ ତୁମ ବି
ବୁଝିବାକୁ ଚେଷ୍ଟା କର
ଓଲଟେଇ ଦିଅ ଆମର
ସେ ପୁରୁଣା ପ୍ରେମର
କବିତା ବହିଟିକୁ
ପୁଣିଥରେ
ଖୋଲ ସେ ପୁରୁଣା ପ୍ରେମର
କିଛି ପ୍ରତିଛବି
ନିରୋଳାରେ ଗପିବାର ଆନନ୍ଦ
ପାଖାପାଖି ହାତେ ହାତ ଛନ୍ଦି
କେତେ ଗପ।

Udyog Nursery
Udyogi Nursery

ତମେ କଣ ସବୁ ଭୁଲିଯାଇଛ
ନା ଭୁଲିବାର ଅଭିନୟନ
କରୁଛ ମୋ ଆଗେ
ତୁମ ପ୍ରେମକୁ ମୋ
ଆଗେ ଲୁଚାଇବା ପାଇଁ।

ତୁମ ଓଠ ହୁଏତ ନିରବ
ରହିବ ହେଲେ ତୁମର
ସେ ଆଖି ସେ କଣ ମତେ
ଧୋକା ଦେଇପାରିବ ନା
ତୁମ ଛାତିର ସ୍ପନ୍ଦନ
ମତେ ମିଛ କହିବ।

ଜହ୍ନ ଯେତେବେଳେ
ଜୋଛନା ଲଗ୍ନରେ ଶୋଇଯାଏ
ସେଇ ନିଶବ୍ଦ ବେଳରେ
ଫର୍ଦ୍ଦ ଫର୍ଦ୍ଦ କରି ଓଲଟାଇ
ପଢି ପଢି ଯାଏ ଆମ
ହାତ ଲେଖା ଚିଠି ସବୁ।

କେତେ ସୁନ୍ଦର ଥିଲା ସେ କଥା
ଆଜିବି ମୋ ଆଖି ଆଗରେ
ସିନେମା ଥିଏଟର ଛବି ପରି
ନାଚିଯାଉଛି ସେସବୁ ଦିନ।

ପୁରୁଣା ଡାଏରି ରେ ବି
ସବୁ ସ୍ମୃତି ସଜ ଫୁଟା
ଗୋଲାପ ପରି ଲାଗୁଛି
ଶୁଣନା ଆଉ ଥରେ ତମେ
ଫେରି ଚାଳନା ଅତୀତକୁ।

ଆଉ ଥରେ ଆମେ ଗଢ଼ନ୍ତେ
ଛୋଟ ବାଲିଘର
କେତେ ମିଠା ମିଠା କଥା ହୁଅନ୍ତେ
ଫୁଲ ଦିଆନିଆ,ମିଛ ରାଗ ଅଭିମାନ
ବୋହୁ ଚୋରୀ ଖେଳ ଖେଳନ୍ତେ
ଚାଳନା ଆଉ ଥରେ ଓଲଟାଇବା
ଆମ ସେ ପୁରୁଣା ସ୍ମୃତିର ବହିକୁ।

ଆଗରପଡା, ଭଦ୍ରକ

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.