ସୋନପୁର,୭/୮ : ସୁବର୍ଣ୍ଣପୁର ଜିଲ୍ଲାପାଳ ମନିଷା ବାନାର୍ଜୀ ଅଚାନକ ସଦର ସାଗରପାଲି ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ପହଂଚିବା ପରେ ସିଧାସଳଖ ଶ୍ରେଣି ଗୃହରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଓ ପରେ ଗଣିତ ଓ ବିଜ୍ଞାନ ବିଷୟ ପଢାଇଥିଲେ । ଜିଲ୍ଲାପାଳଙ୍କ ସହ ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶରତ ପଣ୍ଡା ମଧ୍ୟ ଛାତ୍ରଛାତ୍ରୀଙ୍କୁ ଇତିହାସ ପଢାଇଥିଲେ । ପରେ ବିଦ୍ୟାଳୟ ପରିସରରେ ୫ଲକ୍ଷ ବ୍ୟୟରେ ନିର୍ମିତ ହେଉଥିବା ଶ୍ରେଣୀ ଗୃହର କାର୍ଯ୍ୟର ଅଗ୍ରଗତି ସଂମ୍ପର୍କରେ ବିଭାଗିୟ ଅଧିକରିଙ୍କ ସହ ଆଲୋଚନା କରିଥିଲେ । ଠିକ ସମୟ ଭିତରେ ତାହ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେବାସହ ବିଦ୍ୟାଳୟ ପରିଶରରେ ଚାରା ରୋପଣ କରି ସୁନାଗରିକ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବନଖଣ୍ଡ ଅଧିକାରି ସୁଶାନ୍ତ ସାମନ୍ତରାୟ ଓ ବିଡିଓ ରବିନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।