ବିଳମ୍ବରେ ଆସିଥିଲା ମୌସୁମୀ, ପୁଣି ଧୋକା ଦେଲା ଲଘୁଚାପ : ଚାଷୀ ହତାଶ

ବର୍ଷା ପରିମାଣ କମ ଥିବାରୁ ସୁବର୍ଣ୍ଣପୁର ଜିଲ୍ଲାରେ ଆଗେଇ ପାରିନି ଚାଷ କାର୍ଯ୍ୟ

Omkar Vasthu
Omkar Vasthu

ସୋନପୁର,୭/୮ : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ବ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି । ନିକଟରେ ହୋବାକୁଥିବା ଲଘୁଚାପ ବର୍ଷା ବି ଦେଇଛି ଧୋକା । ଜମିରେ ଆବଶ୍ୟକ ପରିମାଣରେ ପାଣି ନଥିବାରୁ ରୁଆ ବେଉଷଣ ହୋଇପାରୁନାହିଁ । ତଳି ରୋପିବା ସମୟ ଅତିକ୍ରାନ୍ତ ହୋଇ ପଡିଥିବା ବେଳେ ଚାଷୀ ହତାଶ ହୋଇ ପଡିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିଥିବା ବେଳେ ଚାଷୀ ଧାନବୁଣା କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଶ୍ରାବଣ ମାସର ପନ୍ଦର ଦିନ ଅତିବାହିତ ହୋଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ । ଦୁର୍ବଳ ମୌସୁମୀ ଯୋଗୁଁ ଆବଶ୍ୟକ ବର୍ଷା ହେଉନାହିଁ । ଲଘୁଚାପ ଜନିତ ଯେତିକି ବର୍ଷା ହେଉଛି ତାହା ଚାଷ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ନୁହେଁ । ଶେଷରେ ଲଘୁଚାପ ବି ଧୋକା ଦେଇଛି । କେବଳ ମେଘ ଉଠୁଛି ଓ କୁଣ୍ଡା ଭୁରି ପଡୁଥିବା ବେଲେ ବର୍ଷାର ଦେଖା ନାହିଁ ।

ଅନ୍ୟପକ୍ଷରେ ଜୁଲାଇ ମାସ ସରି ଯାଇଥିଲେ ମଧ୍ୟ ତଳି ରୁଆ କାର୍ଯ୍ୟ ଏ ପର୍ଯ୍ୟନ୍ତ ହୋଇ ପାରିନଥିବାରୁ ତଳି ସବୁ ହଳଦିଆ ପଡିଗଲାଣି । ସେହିପରି ବୁଣାଧାନ ବେଉଷଣ ଅଭାବରୁ କ୍ଷେତରେ ଘାସ ମାଡିଗଲାଣି । ଖାଲୁଆ ଜମିରେ କେତେକ ଜାଗାରେ ରୁଆ ବେଉଷଣ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ମୌସୁମୀ ବର୍ଷା ସମାନୁପାତିକ ଭାବେ ହେଉ ନଥିବାରୁ ଏହା ମଧ୍ୟ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କେଉଁଠି ବର୍ଷା ହେଉଛି ତ ଆଉ କେଉଁଠି ବର୍ଷା ଦେଖିବାକୁ ମିଳୁନାହିଁ ।

ଜିଲ୍ଲାର ଉଲୁଣ୍ଡା, ତରଭା, ଲଛିପୁର ଆଦି ଅଞ୍ଚଳରେ ଥିବା ଜମିରେ ତଳିରୁଆ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆବଶ୍ୟକ ବର୍ଷା ହୋଇନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ଆବଶ୍ୟକ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏବେ ବି ବହୁ ଚାଷୀ ଧାନ ବୁଣୁଥିବା ଦେଖିବାକୁ ମିଳୁଛି । ଦିନେ ଦୁଇଦିନ ମଧ୍ୟରେ ଆବଶ୍ୟକ ପରିମାଣର ବର୍ଷା ନହେଲେ ଅବସ୍ଥା ଅସମ୍ଭାଳ ହୋଇ ପଡିବ ବୋଲି ବହୁ ଚାଷୀ ମତ ବ୍ୟକ୍ତ କରିଛନ୍ତି । ସରକାର ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.