ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଯାଦବ ପରିବାର କଳାହାଣ୍ଡି ତରଫରୁ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ମହାସମାରୋହରେ ନନ୍ଦ ଉତ୍ସବ ପାଳନ କରାଯାଇଛି। ଏଥିରେ ଫେନ୍ସି ଡ୍ରେସ, ଭଜନ ସଂନ୍ଧ୍ୟା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୁନି କଳାକାରଙ୍କୁ ମାନ୍ୟବର ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କୃତ ସହ ସଂସ୍କୃତି, ସାହିତ୍ୟ ଓ କଳା ପ୍ରତି ନୂତନ ପିଢିର ଆଗ୍ରହକୁ ଉତ୍ସାହିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପାଞ୍ଚଶହରୁ ଉର୍ଦ୍ଧ ଶ୍ରୀକୃଷ୍ଣ ପ୍ରେମୀ ଉଭୟ ମହିଳା ଛାତ୍ର ଓ ଯୁବକ ଯାଦବଗଣ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ତଥା ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ, ସମାଜବାଦୀ ପାର୍ଟିର କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ ଯାଦବ, ବରିଷ୍ଠ ସଂଗଠକ ନଳିନୀ ରାଉତ, ବରିଷ୍ଠ ଆଇନଜୀବୀ କୀର୍ତ୍ତନ ନାଏକ, ବିଶିଷ୍ଠ କଳାକାର ଜଜାତି ନାୟକ, ଆଇନଜୀବୀ ସାଗର ରାଉତ, ଭବାନୀପାଟଣା ସହର ଯାଦବ ସମିତି ସଂପାଦକ ସତ୍ୟନାରାୟଣ ବିଶି, ସାମ୍ବାଦିକ ତୁଳମଣି ନାଗ, ଯାଦବ ନେତୃତ୍ବ କୀର୍ତ୍ତିଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସର୍ପ ଧରାଳି ନିଖିଳ ସାହୁ ଓ ଅହରହ ଗୋ-ସେବା ରେ ନିଜକୁ ନିୟୋଜିତ କରୁଥିବା ‘ସହାୟତା’ ସଂଗଠନର ସମସ୍ତ ସଦସ୍ୟଙ୍କୁ ସେବାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯାଦବ ପରିବାର କଳାହାଣ୍ଡି ପକ୍ଷରୁ ଯୁବ ସଂଗଠକ ଜିତୁ ରାଉତ, ସିଦ୍ଧାର୍ଥ ନାଏକ, ରାଧେ ରାଉତ, ଆଦିତ୍ୟ ନାଗ, କାଲେଶ୍ୱର ଚଣ୍ଡୀ, ଦୀପକ ଗୌଡ଼, ରୋଶନ ରାଉତ ଓ ଦୁଷ୍ମନ୍ତ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।