ଧବଳେଶ୍ଵର ମନ୍ଦିର ସାନଗୁଣ୍ଡୁରିରେ ସିଂହ ସଂକ୍ରାନ୍ତି ପାଳିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସାନଗୁଣ୍ଡୁରି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ସାନଗୁଣ୍ଡିରି ଠାରେ ସିଂହ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ସଭାପତି କେଶରୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇ ଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦେଇ ବୈଦ୍ୟରାଜ ପବିତ୍ର ଶବରଙ୍କୁ ଆୟୁର୍ବେଦିକ ଉତ୍ତମ ଚିକିତ୍ସା ନିମନ୍ତେ କମିଟି ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମିଟି ସମ୍ପାଦକ ନାରାୟଣ ବିଶ୍ଵାଳ, ସରିଆଁ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମଲ୍ଲିକ ବାବୁ, ସାନଗୁଣ୍ଡୁରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ, ସରିଆଁ ଗ୍ରାମ ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ଶବର ଓ ଅନ୍ୟାନ୍ୟ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.