ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଖେଳ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲକୁ ତାଲା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ସ୍କୁଲରେ। ସ୍କୁଲର ଖେଲ ଶିକ୍ଷକ ରଞ୍ଜିତ କୁମ୍ଭାରଙ୍କୁ ଅନ୍ୟତ୍ର ସ୍କୁଲକୁ ବଦଳି ହୋଇଛି। ତେବେ ସ୍କୁଲରେ ଖେଳ ଶିକ୍ଷକ ନଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଖେଳକୁଦରେ ପ୍ରଭାବ ପଡ଼ିବା ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।