ବିଶ୍ଵନାଥପୁର ଜେଜେ ଗ୍ରୁପ ପକ୍ଷରୁ ଗଣେଶ ପୂଜା ପାଇଁ ଶୁଭ ଖୁଣ୍ଟ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଜେଜେ ଗ୍ରୁପ ପକ୍ଷରୁ ଗଣେଶ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଜେଜେ ଗ୍ରୁପ ପ୍ରତିବର୍ଷ ଭିନ୍ନ ଭିନ୍ନ ଢ଼ଙ୍ଗରେ ଗଣେଶଙ୍କ ମୁର୍ତ୍ତି ସ୍ଥାପନ କରି ଚର୍ଚ୍ଚାରେ ରହିଥାଏ। ତେବେ ପ୍ରତ୍ୟେକ ବର୍ଷ ଭଳି ଏହି ଚଳିତବର୍ଷ ମଧ୍ୟ ୧୩ଫୁଟ ଉଚ୍ଚର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକୃତିର ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯିବା ସହ ଆକର୍ଷଣୀୟ ତୋରଣ କରାଯିବାକୁ ପୂଜାକମିଟି ପକ୍ଷରୁ ସୂଚନା ମିଳିଛି। ଆଜି ଏହାର ଶୁଭ ଖୁଣ୍ଟ ସ୍ଥାପନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜେଜେ ଗ୍ରୁପ ପୂଜା କମିଟିର ସଭାପତି ଦେବାଶିଷ ନାଗ, କମିଟି ସଦସ୍ୟ ସୌମ୍ୟରଞ୍ଜନ କର, ଆକାଶ ସାହୁ, ପିଣ୍ଟୁ ପ୍ରଧାନୀ,ଧିରଜ ଦାସ, ରାମ ପ୍ରଧାନୀ, ରୁନୁ ପ୍ରଧାନୀ, ନରେନ୍ଦ୍ର ବେହେରା, ରିଙ୍କୁ ପ୍ରଧାନୀ, ମାନସ ଘଡେ଼ଇ, ପବିତ୍ର ବେହେରା, ବିଶ୍ଵନାଥ ମହାପାତ୍ର, ସିପୁନ ଚନ୍ଦନ, ସାଇକିରଣ ନାୟକ, ବିରେନ ନାୟକ, କ୍ରିଷ୍ଣା ପ୍ରଧାନୀ, ସୁଜିତ ପାତ୍ର, ଅଜିତ ପାତ୍ର, ମାନସ ପାତ୍ର, ଜୟନ୍ତ ଘଡେ଼ଇ, ସିପୁନ ଘଡେ଼ଇ, ପ୍ରସାଦ ବେହେରା, ପିଣ୍ଟୁ ସୁନା, ବିନୁ ସୁନା, ସଞ୍ଜିବ ସାହୁ ପ୍ରମୁଖ ଉପସ୍ଥିତ ରହି ଶୁଭ ଖୁଣ୍ଟ ସ୍ଥାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.