ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଲଗାଣ ବର୍ଷାରେ ଭୁଷୁଡ଼ିଲା ଘର ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ବର୍ଗ | ସୂଚନା ଅନୁଯାଇ ଏଭଳି ଅଭାବନିୟ ଘଟଣା ଘଟିଯାଇଛି ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ନାରାୟଣପୁର ଗ୍ରାମ ପଞ୍ଚାୟତର କୁସୁମଶିଲା ଗ୍ରାମରେ | ଘଟଣାଟି ଘଟିଯାଇଛି କୁସୁମଶିଲା ଗ୍ରାମର ରଘୁନାଥ କୌଶଲ୍ୟାଙ୍କ ପକ୍ଷରେ ଭାଗ୍ୟର ବିଡମ୍ବନା ରଘୁନାଥ ଙ୍କ ମାଟି କାନ୍ଥ ପୂର୍ବରୁ ଭିଜି ଭିଜି ଓଦା ଅବସ୍ଥାରେ ରହିଥିଲା | ବର୍ତ୍ତମାନ ର ଲଗାଣ ବର୍ଷାରେ ଉକ୍ତ କାନ୍ଥ ଭିଜି ହଟାତ ଭୁଷୁଡ଼ି ପଡିଥିଲା ଏତିକି ବେଳେ ଭୟଙ୍କର ଶବ୍ଦ ହେବାରୁ ରଘୁନାଥଙ୍କ ପରିବାରର ପାଞ୍ଚ ପ୍ରାଣୀ ଭୟଭୀତ ହୋଇ ଘରର ଏକ କୋଣ ରେ ଯାଇ ଆଶ୍ରୟ ନେଲେ | ଘଟଣା ପରେ ଘରେ ରହିଥିବା ଖାଦ୍ୟ ଶସ୍ୟ ଓ ଲୁଗାପଟା ସବୁ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଛି | ଏଣୁ ଏହି ଭଳି ଗରିବ ଅସହାୟ ଗରିବ ଓ ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାରକୁ ଯଥା ଶୀଘ୍ର ସରକାରୀ ସହାୟତା ପ୍ରଦାନ ନିମନ୍ତେ ଅଞ୍ଚଳବାସୀ ଦାବି ରଖିଛନ୍ତି |





