ୟୁରିଆ ଯୋଗାଣ ଦାବି; ଚପ୍ରିଆ ସେବା ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ଧାରଣା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବର୍ତ୍ତମାନ ସାରା କଳାହଣ୍ଡି ଜିଲ୍ଲାରେ ୟୁରିଆରେ ଘୋର ଅଭାବ ଦେଖା ଦେଇଛି। ଆଜି ସୋମବାର ସକାଳୁ ୟୁରିଆ ଦାବିରେ ଗୋଲାମୁଣ୍ଡା ବ୍ଲକର ଚପ୍ରିଆ ସେବା ସମବାୟ ସମିତି ସମ୍ମୁଖରେ ଚାଷିମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଗୋଲାମୁଣ୍ଡା-କେଗାଁ ମୁଖ୍ୟ ରାସ୍ତାରେ ଧାରଣାରେ ବସିଛନ୍ତି। ଚପ୍ରିଆ ସେବା ସମବାୟ ସମିତିକୁ ୫୦୦ ପକେଟ୍ ୟୁରିଆ ଆସିଥିବା ବେଳେ ହଜାର ହଜାର ସଂଖ୍ୟାରେ ଚାଷୀ ସକାଳ ୫ ଘଣ୍ଟା ସମୟରୁ ଅପେକ୍ଷା କରିଥିଲେ। ଏତେ ସଂଖ୍ୟକ ଚାଷୀଙ୍କୁ ଦେଖି ୟୁରିଆ କାମ ଥିବାରୁ ଚପ୍ରିଆ ସେବା ସମବାୟ ସମିତି ପକ୍ଷରୁ ୟୂରିଆ ଦେବାରେ ଅସମର୍ଥ ହେବାରୁ ଶେଷରେ ଚାଷୀମାନେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ଉକ୍ତ ରାସ୍ତା ଅବରୋଧରେ ଚପ୍ରିଆ, କେଗାଁ, ଖଲିଆପାଲି, ସିନାପାଲି, ନୂଆଗାଁ ଗ୍ରାପଞ୍ଚାୟତର ହାଜର ହାଜର ଚାଷୀ ସାମିଲ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.